ସେ ଦୃଷ୍ଟିହୀନ ହେଲେ ତାଙ୍କ ବଂଶୀ ସୁର ଅତି ସୁମଧୁର

ଭଦ୍ରକ(କେନ୍ଯୁଜ୍): କୁହାଯାଏ ଭଗବାନଙ୍କ ସୃଷ୍ଟି ବିଚିତ୍ର । ଏଠି କାହା ପାଖରେ କାନ ଥିଲେ ସୁନା ନାହିଁ ତ ସୁନା ଥିଲେ କାନ ନାହିଁ । ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଇନ୍ଦ୍ରିୟ ଅକାମୀ ହୋଇଯାଇଥିଲେ ବି, ଅନ୍ୟ ସବୁ ଇନ୍ଦ୍ରୀୟ ଖୁବ୍ ପ୍ରଖର ଥାଏ । ଯେଉଁମାନେ ନିଜର ଅସାଧାରଣ ପ୍ରତିଭା ପାଇଁ ସମସ୍ତଙ୍କୁ ନଜରକୁ ଆପେ ଆପେ ଆସିଯାନ୍ତି।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଂଚଳର ୬୦ ବର୍ଷିୟ ଭାନୁ ସିଂ । ଭଗବାନ ତାଙ୍କୁ ଦୃଷ୍ଟିହୀନ କରି ଜନ୍ମ ଦେଇଥିଲେବି ତାଙ୍କ ଭିତରେ ଭରିରହିଛି ଏଇ ସୁନ୍ଦର କଳା। ଯେଉଁଥିପାଇଁ ଏବେ ସେ ସମସ୍ତଙ୍କର ପ୍ରୀୟ ହୋଇପାରିଛନ୍ତିା

ଦର୍ଶକବନ୍ଧୁ ଏହି ବଂଶୀ ବଜାଇ ଭିକ୍ଷା କରି ପରିବାର ପ୍ରତିପୋଷଣ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ଭାନୁ । ଭାନୁଙ୍କର ବଂଶୀ ସୁର ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ଯ କରିଛି ସେତିକି ସମସ୍ତଙ୍କୁ ବିମୋହିତ କରିଛି। ଏପରି ଘଟଣା ଆଜି ଭଦ୍ରକ ସହରସ୍ଥିତ ବନ୍ତ ଛକ ଠାରେ ଦେଖିବାକୁ ମିଳିଥିଲା। ଏଠାରେ ଆଜି ସକାଳୁ ଏହି ୬୦ ବର୍ଷିୟ ଦୃଷ୍ଟିହୀନ ବୃଦ୍ଧ କଳାକାର ନିଜ ନାବାଳକ ପୁଅକୁ ଧରି ବସରୁ ଓହ୍ଲାଇଥିଲେ। ଆଉ ସିଧା ଆସି ଓଭର ବ୍ରିଜ ତଳେ ବସି, ହଠାତ ବଂଶୀ ବଜାଇବା ଆରମ୍ଭ କରିଥିଲେ।

fluet

ତେବେ ତାଙ୍କର ବଂଶୀର ସ୍ବର ଏତେ ସୁମଧୁର ଥିଲା ଯେ ସେଠାରେ ଯାତାୟାତ କରୁଥିବା ଲୋକମାନେ କିଛି ସମୟ ଅଟକି ଯାଇଥିଲେ। ଆଉ ଗଲା ବେଳକୁ ବୃଦ୍ଧଙ୍କୁ କିଛି ଦାନ କରିଯାଉଥିଲେ। ତେବେ ବୃଦ୍ଧ ଜଣଙ୍କ ଜନ୍ମ ରୁ ଅନ୍ଧ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଜଣେ ଗୁରୁଙ୍କ ଠାରୁ ଏହି ବଂଶୀ ବାଦନ ଶିକ୍ଷା କରିଥିଲେ। ତେବେ ତାଙ୍କ ସ୍ତ୍ରୀଙ୍କ ସହିତ ବିଭିନ୍ନ ଅଂଚଳକୁ ଯାଇ ବଂଶୀ ବଜାଇ ଭିକ୍ଷା ବୃତ୍ତି କରୁଥିଲେ। ତେବେ ତାଙ୍କ ସ୍ତ୍ରୀର ଦେହାନ୍ତ ପରେ ଏବେ ତାଙ୍କ ସାନ ପୁଅ ବୃଦ୍ଧ ଜଣଙ୍କର ଆଶା ବାଡ଼ି ସାଜିଛନ୍ତି। ସରକାର ଯେଉଁ ଭତ୍ତା ଟଙ୍କା ଦେଉଛନ୍ତି ସେଥିରେ ଚଳିବା କଷ୍ଟକର ହୋଇପଡୁଥିବାରୁ ଏପରି କାର୍ଯ୍ଯ କରି ପରିବାର ପ୍ରତିପୋଷଣ କରୁଥିବା ସେ କହିଛନ୍ତି।

ଭିନ୍ନକ୍ଷମ ମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କର ରହିଛି ଅନେକ ଯୋଜନା । ଯୋଜନା ଖାଲି ରହିଲେ କଣ ହେବ ଆଜ୍ଞା, ତାହା କାର୍ଯ୍ଯକାରୀ ହେବା ଜରୁରୀ । ତେବେ ସରକାର ଏହି ଦୃଷ୍ଟିହୀନ କଳାକାରଙ୍କ ପ୍ରତି ସଦୟ ଦୃଷ୍ଟି ଦେଇ ସହାୟତା କରିବାକୁ ନିବେଦନ କରିଛନ୍ତି ଲୋକେ।

ଭଦ୍ରକରୁ ନରେନ୍ଦ୍ର କୁମାର ସାମଲ, କେନ୍ଯୁଜ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.