ରାଜ୍ୟ

ଇଏ କୃଷ୍ଣ ବି ବଂଶୀ ବଜାନ୍ତି, କିନ୍ତୁ ଫରକ ଏତିକି ଯେ ଏ କୃଷ୍ଣ ହେଉଛନ୍ତି ଦୃଷ୍ଟିହୀନ

ସାଲେପୁର (କେନ୍ୟୁଜ) : ଈଶ୍ୱରଙ୍କ ସୃଷ୍ଟିର ଏ ଦୁନିଆ ବହୁତ ସୁନ୍ଦର ଆଉ ବିଚିତ୍ର ମଧ୍ୟ। ଏଠି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସାଧାରଣ ପ୍ରତିଭା ପାଇଁ ସମସ୍ତଙ୍କୁ ନଜରକୁ ଆପେ ଆପେ ଆସିଯାନ୍ତି। ଏମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣଚନ୍ଦ୍ର। ସିଏବି ଭଗବାନ କୃଷ୍ଣଙ୍କ ଭଳି ବହୁତ ସୁନ୍ଦର ବଂଶୀ ବଜାଇ ପାରନ୍ତି। କିନ୍ତୁ ଫରକ ଏତିକି ଯେ ଏ କୃଷ୍ଣ ହେଉଛନ୍ତି ଦୃଷ୍ଟିହୀନ।

ପରିଣତ ବୟସରେ ଭରି ରହିଛି ଅନେକ କଳା। ଆଖିକୁ ଦେଖା ଯାଉନଥିଲେ ବି ତାଙ୍କୁ ପ୍ରତିଭାରେ ଊଣା କରି ନାହାନ୍ତି ଭଗବାନ । ତେବେ ସେ ପାଟିରେ ନୁହେଁ ନିଜ ନାକ ସାହାଯ୍ୟରେ ଅତି ସହଜରେ ବଜାନ୍ତି ବଂଶୀ । ଆଉ ଶଙ୍ଖ ମଧ୍ୟ ବିଭିନ୍ନ ସ୍ୱରରେ ବଜାଇ ପାରନ୍ତି । ଯୋଗ ମଧ୍ୟ କରନ୍ତି କୃଷ୍ଣ। କଟକ ରାମଚନ୍ଦ୍ର ପୁର ଗାଁର କୃଷ୍ଣ ଚନ୍ଦ୍ର କବି। ବୟସ ପାଖାପାଖି ୭୦ ଛୁଇଁଲାଣି। ପିଲାଟି ଦିନରୁ ଦୃଷ୍ଟି ଶକ୍ତି ହରାଇଥିବା କୃଷ୍ଣ ଜଣେ କଳାକାର ହେବାକୁ ଇଚ୍ଛା ରଖିଥିଲେ । ରେଡିଓରୁ ବିଭିନ୍ନ ସୁନାମଧନ୍ଯ ବଂଶୀ ବାଦକଙ୍କ ବଂଶୀ ସ୍ୱର ଶୁଣି ଶୁଣି ନାକରେ ବଂଶୀ ବଜାଇବା ଆରମ୍ଭ କରିଥିଲେ। କେହି ଗୁରୁ ନଥିଲେ ବି ଈଶ୍ୱରଙ୍କୁ ଗୁରୁ ଭାବେ ଗ୍ରହଣ କରି ବଂଶୀ ବଜାଇବା ଆରମ୍ଭ କରିଥିଲେ କୃଷ୍ଣ। ଆଉ ଏଥିରେ ହୋଇଗଲେ ପୂରା ଦକ୍ଷ । ନାକରେ ବଂଶୀ ବଜାଇବା କଷ୍ଟସାଧ୍ୟ ହେଲେ ମଧ୍ୟ ତାଙ୍କୁ ଏହା ସହଜ ଲାଗେ ବୋଲି ସେ କୁହନ୍ତି।
କେବଳ ବଂଶୀ ନୁହେଁ ସେ ଯୋଗ କରିବାରେ ମଧ୍ୟ ବେଶ ପାରାଙ୍ଗମ।

ବୟସର ଅପରାହ୍ନରେ ପହଞ୍ଚିଲେଣି କୃଷ୍ଣ ଚନ୍ଦ୍ର। ଦୃଷ୍ଟିହୀନ ହୋଇ ମଧ୍ୟ ସେ ନିଜ କାମ ନିଜେ ବହୁତ ସୁନ୍ଦର ଭାବେ କରିପାରନ୍ତି । ଆଉ ସକାଳୁ ରାତି ପର୍ଯ୍ଯନ୍ତ ଏହି ବଂଶୀଟି ତାଙ୍କ ହାତରେ ଥାଏ। ଗାଁ ଦାଣ୍ଡ ବାଟ ଦେଇ କେହି ଯାଉଥିବା ବେଳେ କୃଷ୍ଣଙ୍କର ବଂଶୀ ସ୍ୱର ଶୁଣି ଯେ କେହି ବି ଅଟକି ଯାଆନ୍ତି। ଆଉ ଭଜନ ସଂକୀର୍ତ୍ତନରେ କୃଷ୍ଣଚନ୍ଦ୍ରଙ୍କ ଏହି ନାକରେ ବଂଶୀ ସ୍ୱର ଶୁଣିବାକୁ ଲୋକଙ୍କ ଭିଡ ମଧ୍ୟ ଜମେ । ତାଙ୍କ ଘରକୁ ଲୋକ ଆସନ୍ତି ବଂଶୀର ଧୂନ୍‌ ଶୁଣିବାକୁ। କୃଷ୍ଣଚନ୍ଦ୍ରଙ୍କ ଏହି ନିଆରା କଳା ଏ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ସାଉଁଟୁଥିବା ବେଳେ ତାଙ୍କୁ ନେଇ ଖୁବ୍‌ ଗର୍ବ କରନ୍ତି ଗାଁ ଲୋକେ ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

9 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

23 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago