ମୋହନା ମେଡିକାଲରୁ ଏକାଥରକେ ୭ ଜଣ କରୋନା ପଜିଟିଭ ଚିହ୍ନଟ, ୨୪ ଘଣ୍ଟା ପାଇଁ ସିଲ କଲା ପ୍ରଶାସନ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରେ ପୁଣି ଚିନ୍ତା ବଢ଼ାଇଛି କରୋନା। ଗୁରୁବାର ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଲ୍ କରାଯାଇଛି।  ୭ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ଡାକ୍ତର, ଦୁଇ ଜଣ ଷ୍ଟାଫ ନର୍ସ, ଜଣେ ସଫେଇ କର୍ମଚାରୀ, ଜଣେ କୋଭିଡ LT, ଜଣେ ଏଲ୍. ଏଚ୍. ଭି ଏବଂ ଜଣେ କିରାଣୀ ଅଛନ୍ତି । ଏହା ସହ ଦୁଇଜଣ କର୍ମଚାରୀଙ୍କ ପରିବାର ବର୍ଗ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।

mohana2

ସମସ୍ତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡାକ୍ତର ନମିତା ପଣ୍ଡା ସୂଚନା ଦେଇଛନ୍ତି । ମେଡିକାଲ ସିଲ୍ ହେବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ମେଡିକାଲକୁ ସାନିଟାଇଜ୍ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବାବେଳେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଟୀକା କରଣ ପ୍ରକ୍ରିୟା ଜାରି ରହିଛି ।

 

Leave A Reply

Your email address will not be published.