ରାଜ୍ୟ

ଟ୍ୱିନ ସିଟିରେ ଜୋରଦାର ଚାଲିଛି ବ୍ଲକିଂ-ଚେକିଂ, ଦିନକରେ ଅମାନିଆଙ୍କ ଠାରୁ ଆଦାୟ ହେଲା ୭ ଲକ୍ଷ ୫୩ ହଜାର ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ଏପରିକି ରାଜଧାନୀର ସବୁ ଛକ ଓ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସବୁ ଥାନା ଅଧିକାରୀଙ୍କୁ ପୋଲିସ ଉପାୟୁକ୍ତ ପ୍ରତୀକ ସିଂହ ନିର୍ଦେଶ ଦେଇଛନ୍ତି। ଶ୍ରୀ ସିଂହଙ୍କ ନିର୍ଦେଶ ଅନୁସାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣି ପଚରାଉଚ କରୁଛ। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି କ୍ରମରେ ଥାନା ପୋଲିସ ଓ ଟ୍ରାଫିକ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜରିଆରେ ଅମାନିଆ ଗାଡି ଚାଲାକ , ବେଆଇନ ପର୍କିଙ୍ଗ , ମଦ୍ୟପାନ କରି ଗାଡି ଚାଳକଙ୍କୁ ଧରି ମଙ୍ଗଳବାର ରାତିରେ ୭ ଲକ୍ଷ ୫୩ ହଜାର ଜରିମାନା ଆଦାୟ କରାଯାଇଛି । ଅନ୍ୟପଟେ ହକି ବିଶ୍ୱକପ ଚାଲିଥିବା ବେଳେ ହତ୍ୟା, ଚୋରି , ଡକାୟତି, ଲୁଟ , ଅସଦାଚରଣ ଭଳି ଘଟଣା ରାଜଧାନୀରେ ନଘଟେ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

Barsha

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

8 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

14 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

44 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

51 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago