ଆଇରନ କରୁଥିବା ସମୟରେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ

କାଲିମେଳା : ଭଗବାନ କେତେବେଳେ କାହାକୁ କେମିତି ମୃତ୍ୟୁ ପାଖକୁ ପହଞ୍ଚାଇଥାନ୍ତି ତାହା କେହି ଜାଣି ନଥାନ୍ତି । ଆମ ମୃତ୍ୟୁ କେତେବେଳେ ଆସେ ତାହା ମଧ୍ୟ ଆମେ ଜାଣିନଥାଉ । ହଁ ଦର୍ଶକ ବନ୍ଧୁ ଏମିତି ବି ଆସେ ମୃତ୍ୟୁ ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ । ଖାଲି ଦେହରେ ନିଜ ପ୍ୟାଣ୍ଟ ସାର୍ଟ ଆଇରନ କରୁଥିବା ବେଳେ ଶରୀରରେ ହଠାତ କରେଣ୍ଟ ଲାଗି ଯାଇଥିଲା ଆହୁ ଶରୀର ଉପରେ ଆଇରନ ବକ୍ସ ପଡ଼ି ଲାଗି ରହିଗଲା । ଯାହାଫଳରେ ଶେଷରେ ମୃତ୍ୟୁ ହୋଇଗଲା ବ୍ଲକ ଯୋଗାଣ ଅଧିକାରୀଙ୍କର ।
ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ଯୋଗାଣ ଅଧିକାରୀ ହେଉଛନ୍ତି କୁମୁଦମୟ ଗମାଙ୍ଗ । କିଛି ମାସ ତଳେ କାଲିମେଳା ବ୍ଲକରୁ ପଡିଆ ବ୍ଲକକୁ ବଦଳି ହୋଇଥିବା ବେଳେ କାଲିମେଳାରେ ଥିବା ସରକାରୀ କ୍ଵାର୍ଟର ସିଏ ଛାଡି ନ ଥିଲେ ସେଇଠି ସିଏ ରହୁଥିଲେ । ଆଜି ପଡିଆ ବ୍ଲକରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ଥିବାରୁ ତରବରିଆ ହୋଇ ଖାଲି ଦେହରେ ଆଇରନ କରୁଥିଲେ । ଯୋଗାଣ ଅଧିକାରୀଙ୍କ ଘର ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲଷ୍ମଣଗୁଡା ଗ୍ରାମରେ ବୋଲି ଜଣାପଡିଛି । କାଲିମେଳା ପୁଲିସ କ୍ଵାର୍ଟର ଭିତରକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଛି ।