ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ, ମାନସିକ ରୋଗୀର ସେବାକଲେ

ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ । ରାସ୍ତାକଡରେ ପଡିରହିଥିବା ଜଣେ ଅସହୟା ମାନସିକ ରୋଗୀର ସେବାକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୀରମହାରାଜପୁର ଯୁବ ସମାଜସେବୀ ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ।

ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ । ରାସ୍ତାକଡରେ ପଡିରହିଥିବା ଜଣେ ଅସହୟା ମାନସିକ ରୋଗୀର ସେବାକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୀରମହାରାଜପୁର ଯୁବ ସମାଜସେବୀ ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ସେତୁ କଡରେ ନିସ୍ତେଜ ଭାବରେ ପଡିରହିଥିଲେ ଅଜଣା ବ୍ୟକ୍ତି । ସେହି ରାସ୍ତା ଦେଇ ଶହ ଶହ ଗାଡ଼ି ଯାଆସ କରୁଥିଲେ କିନ୍ତୁ କାହାରି ନଜର ପଡ଼ିନଥିଲା । ହେଲେ ସେହି ରାସ୍ତା ଦେଇ ଯାଉଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଏହି ଅସହୟା ବ୍ୟକ୍ତିଙ୍କ ଉପରେ ନଜର ପଡ଼ିଥିଲା ।

ନିଜ ମାନବିକତା ଦେଖାଇ ଗାଡ଼ିରୁ ଓହ୍ଲାଇ ତୁରନ୍ତ ଅସହାୟ ବ୍ୟକ୍ତିଙ୍କ ମୁହଁରେ ପାଣି ଦେଇଥିଲେ । ସାଙ୍ଗେ ସାଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡକାଇ ହସ୍ପପିଟାଲକୁ ପଠାଇଥିଲେ । ହସ୍ପିଟାଲରେ ଅସୁସ୍ଥ ବ୍ୟକ୍ତିଙ୍କ ଡ୍ରେସିଂ କରାଇବା ପରେ ତାଙ୍କର ଦାଢି ଓ ବାଳ କଟାଇବାର ବ୍ୟବସ୍ଥା କରିଥିଲେ । ପରେ ତାଙ୍କୁ ନିଜେ ସାବୁନରେ ଗୋଧେଇ ଦେବାସହ ନୁଆଁ କପଡା ପିନ୍ଧାଇ ଦେଇଥିଲେ ନାରାୟଣ । ଅସୁସ୍ଥ ବ୍ୟକ୍ତି ଜଣଙ୍କ ଆଠଗଡ଼ ବଡ଼ମ୍ବା ଅଞ୍ଚଳର ପ୍ରମୋଦ ପଧାନ । ପତ୍ନୀ ଛାଡ଼ି ଚାଲିଯିବାରୁ ତାଙ୍କ ଅବସ୍ଥା ଏହିଭଳି ହୋଇଥିବା ସେ କହିଛନ୍ତି ।

You might also like