ରାଜ୍ୟ

ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ହୋଇପାରୁନି ମା’ ସରସ୍ୱତୀଙ୍କ ବିସର୍ଜନ

ବିସର୍ଜନ ହେବା ପାଇଁ ଚାହିଁ ରହିଛନ୍ତି ମା’ ସରସ୍ୱତୀ କିନ୍ତୁ ବିବାଦ ଯୋଗୁଁ ହୋଇପାରୁନାହିଁ ବିସର୍ଜନ । ଗତ ବୁଧବାର ଥିଲା ସରସ୍ୱତୀ ପୂଜା । ଏହିଦିନ ସମସ୍ତ ଶିଖାନୁଷ୍ଠାନ ମାନଙ୍କରେ ହୋଇଥାଏ ମା’ଙ୍କ ପୂଜା । ସେହି ଭଳି ରେଢ଼ାଖୋଲର ଏକ ବିଦ୍ୟାଳୟରେ ମଧ୍ୟ ହୋଇଥିଲା ମା’ ସରସ୍ୱତୀଙ୍କ ପୂଜା । ଏଠି ପୂଜା ତ ହେଲା କିନ୍ତୁ ଏବେ ପର୍ଯ୍ୟନ୍ତ ହୋଇନାହିଁ ମା’ ସରସ୍ୱତୀଙ୍କ ବିସର୍ଜନ । ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ ।

ଗ୍ରାମବାସୀଙ୍କ ଅନେକ ଦାବି ପରେ ବିଦ୍ୟାଳୟରୁ ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃ ସେହି ବିଦ୍ୟାଳୟରରେ ନିଯୁକ୍ତି କରାଯାଇଥିବା ନେଇ ଚାଲିଛି ଏହି ପ୍ରତିବାଦ । ଉତ୍ୟକ୍ତ ଗ୍ରାମବାସୀ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଯାହାଫଳରେ ବିସର୍ଜନ ନହୋଇ ଶ୍ରେଣୀ ଗୃହରେ ପଡ଼ିରହିଛି ମା’ ସରସ୍ଵତୀଙ୍କ ମୂର୍ତ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ, ଧଉରାଖମଣ ଗାଁ ପ୍ରାଥମିକ ବିଦ୍ୟାଳୟରେ ।

ଗତ କିଛି ମାସ ହେବ କୌଣସି କାରଣକୁ ନେଇ ଏଠାରେ ନିଯୁକ୍ତି ପାଇଥିବା ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏନେଇ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା ତେଣୁ ଗ୍ରାମବାସୀ ଓ ଶିକ୍ଷା କିମିଟି ଏହି ଦୁଇ ବିବାଦୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି କରି ୧୫ ଦିନ ତଳେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିଲେ । ଶେଷରେ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଦୁଇ ବିବାଦୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରିଦେଇଥିଲେ ।

ହେଲେ ସେଥିମଧ୍ୟରୁ ବଦଳି ହୋଇଥିବା ବିବାଦୀୟ ଶିକ୍ଷୟିତ୍ରୀଙ୍କୁ ପୁନଃ ଏହି ଧଉରାଖମଣ ସ୍କୁଲକୁ ଆଣି ନିଯୁକ୍ତି କରାଗଲା । ଯାହାକୁ ନେଇ ଗ୍ରାମବାସୀମାନେ ବିଦ୍ୟାଳୟକୁ ପିଲାଙ୍କୁ ନଛାଡି, କଦଳୀଗଡ- ବୀରମହାରାଜପୁର ରାସ୍ତା ସ୍କୁଲ ସାମ୍ନାରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଫଳରେ ଶହ ଶହ ଗାଡ଼ି ଅଟକି ରହିଥିଲା । ଶେଷରେ ରେଢ଼ାଖୋଲ ପୋଲିସ ଓ ରେଢ଼ାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିବା ସହ ଆନ୍ଦୋଳନକାରୀଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ ।

ବିବାଦୀୟ ଶିକ୍ଷୟତ୍ରୀଙ୍କୁ ଆଜି ହିଁ ଏଠାରୁ ବଦଳି କରାଯିବା ସହ ଆସନ୍ତା ୨୫ ତାରିଖ ଭିତରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେବାର ୪ଘଣ୍ଟା ପରେ ହଟିଥିଲା ଏହି ରାସ୍ତା ଅବରୋଧ । ଗ୍ରାମବାସୀଙ୍କ ଦାବିକୁ ନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି ଯେ ଏଠାରୁ ବଦଳି ହୋଇଥିବା ଶିକ୍ଷକ ମୋତେ ତାଙ୍କୁ ଅନେକ ସମୟରେ ଖରାପ୍ ବ୍ୟବହାର କରୁଥଲେ ସେଥିପାଇଁ ସେ ପୋଲିସରେ ଅଭିଯୋଗ ଦେବାରୁ ଏସବୁ ସମସ୍ୟା ହୋଇଛି ବୋଲି ଶିକ୍ଷୟତ୍ରୀ ଜଣକ ପ୍ରକାଶ କରିଛନ୍ତି । ତେବେ ରେଢ଼ାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏହି ପ୍ରତିଶୃତି କେତେ ଦୂରୁ ସଫଳ ହେବ ଏବଂ କେବେ ମା’ ସରସ୍ୱତୀଙ୍କ ବିସର୍ଜନ କରାଯିବ ତାହା ଦେଖିବା ବାକି ରହିଲା ।

KNews Bureau

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

5 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

9 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

16 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

18 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

53 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago