ଦାବି ପୂରଣ ଜିଦରେ ଅଟଳ ରକ୍ତଭଣ୍ଡାର କର୍ମଚାରୀ :ରାଜ୍ୟର ସବୁ ରକ୍ତଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅଚଳାବସ୍ଥା, ହନ୍ତସନ୍ତ ରୋଗୀ

ଭୁବନେଶ୍ବର : ଚତୁର୍ଥ ଦିନରେ ପହଞ୍ଚିଛି ରକ୍ତଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ । ରାଜ୍ୟର ସବୁ ରକ୍ତଭଣ୍ଡାରରେ ଏକପ୍ରକାର ଅଚଳାବସ୍ଥା । ରୋଗୀ ହନ୍ତସନ୍ତ । ବିଶେଷକରି ଥାଲାସେମିଆ, ହେମୋଫିଲିଆ ଓ ସିକିଲ ସେଲ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ରହ୍ମପୁର ରକ୍ତଭଣ୍ଡାରରେ ପ୍ରତିଦିନ ୮୦ ୟୁନିଟରୁ ଅଧିକ ରକ୍ତ ଦରକାର ଥିବା ବେଳେ ବର୍ତ୍ତମାନ ଏହାର ଅଧା ମଧ୍ୟ ଉପଲବ୍ଧ ନାହିଁ । ପରିସ୍ଥିତିକୁ ଆଖିରେ ରଖି କିଛି ରକ୍ତ ଭଣ୍ଡାରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ସରକାରୀ କର୍ମଚାରୀର ମାନ୍ୟତା, ସପ୍ତମ ବେତନ କମିଶନ ସୁପାରିସ ଲାଗୁ ଆଦି ୬ ଦଫା ଦାବିରେ ଗତ ୨୬ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ରକ୍ତ ଭଣ୍ଡାର କର୍ମଚାରୀ । ଭୁବନେଶ୍ୱର ଲୋୟର ପିଏମଜିରେ ସେମାନେ ମଧ୍ୟ ଧାରଣା ଦେଇଛନ୍ତି । ହେଲେ ଏଯାଏଁ ଦାବି ପୂରଣ ହୋଇନାହିଁ ।  ରକ୍ତ ଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ବିଭିନ୍ନ ସ୍ଥାନରେ ରକ୍ତ ନପାଇ ନିରାଶ ହୋଇ ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.