ଯାଜପୁର: ଥାଲାସେମିଆ ରୋଗୀଙ୍କ ପାଇଁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଯାଜପୁର ଟାଉନ: ଯାଜପୁର ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲଳିତେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଜିଲାରେ ରହିଥିବା ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ଯୋଗାଡ ପାଇଁ ଫାଉଣ୍ଡେସନ ପକ୍ଷରୁ ନିଷ୍ପତି ହୋଇଛି । ଏଥିପାଇଁ ପ୍ରତ୍ୟେକ ରବିବାର ରେ ଏହି ରକ୍ତଦାନ ସଂଗ୍ରହ କରାଯିବ । ଆଜି ଏହି ରକ୍ତଦାନ ଶିବିରରେ ବେରୁଦା ପଞ୍ଚାୟତର ସ୍ୱେଚ୍ଛାସେବୀ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଳାପାଳ ରଂଜନ କୁମାର ଦାସ ଯୋଗ ଦେଇ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକଙ୍କ ସମେତ ବହୁ ବିଜେଡି କର୍ମୀ ଓ ନେତା ରକ୍ତଦାନ କରିଥିଲେ ।