ଗାଁ ଦାଣ୍ଡରେ ଦଣ୍ଡନୃତ୍ୟ ଦେଖୁଥିବା ବେଳେ ହତ୍ୟାକାଣ୍ଡ, ଟାଙ୍ଗିଆ ଚୋଟରେ ଗଲା ଜଣଙ୍କ ଜୀବନ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ଅଭାବନୀୟ ଘଟଣା। ରାଜନୈତିକ ଆକ୍ରୋଶରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗାଁ ଦାଣ୍ଡରେ ଦଣ୍ଡନୃତ୍ୟ ଦେଖୁଥିବା ବେଳେ ଟାଙ୍ଗିଆ ଚୋଟରେ ବିଜେପି ସମର୍ଥିତ କର୍ମୀ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।

ଗାଁର ଗୋବିନ୍ଦ ପ୍ରଧାନଙ୍କ ଟାଙ୍ଗିଆ ଚୋଟରେ ସାଗରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଦଣ୍ଡନୃତ୍ୟ ଦେଖୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି।
ଜରପଡା ପୋଲିସ ପହଁଚି ତଦନ୍ତ ଚଳାଇଥିବାବେଳେ, ଅଭିଯୁକ୍ତ ଗୋବିନ୍ଦ ପ୍ରଧାନ ଫେରାର ହୋଇଯାଇଛି । ପୋଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.