କଟକ : ରାସ୍ତା କଡରେ ଯୁବକଙ୍କ ରକ୍ତାକ୍ତ ମୃତଦେହ । ଘଟଣାସ୍ଥଳରୁ ମୃତଦେହ ନିକଟରୁ ବାଇକ ଓ ମୋବାଇଲ ଜବତ । ମୃତ ଯୁବକ ଜଣକ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିଲେ ଏବଂ ତାଙ୍କ ଘର ଜଗତସିଂପୁର ଜିଲ୍ଲାରେ ବୋଲି ଜଣାପଡିଛି । ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ରାସ୍ତା କଡରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମଧୁପାଟଣା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଏହା ଦୁର୍ଘଟଣା ନା ହତ୍ୟା ସେନେଇ ଖୋଳତାଡ କରୁଛି ପୋଲିସ । ବାଇକରେ ଯାଉଥିବା ସମୟରେ ରାସ୍ତା କଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଯାଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ଆହୁରି ପଢ଼ନ୍ତୁ : ୟୁଟ୍ୟୁବର ହତ୍ୟା ଘଟଣା : ଦାଦା ଓ ଦୁଇ ପୁତୁରା ମିଶି ରାହୁଲ ମହାରଣାଙ୍କ ନେଲେ ଜୀବନ