ଆସନ୍ତାବର୍ଷ ଟିକା ବିତରଣ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତି, ଟିକା ବିତରଣ ବେଳେ ସ୍କୁଲକୁ ବ୍ୟବହାର କରାଯିବ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାବର୍ଷ ଟିକା ବିତରଣ ପାଇଁ ପ୍ରସ୍ତୁତି । ଭ୍ୟାକ୍‌ସିନ୍‌ ପାଇଁ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ । ନିର୍ବାଚନ ସମୟରେ ଯେପରି ସ୍କୁଲକୁ ବୁଥ୍‌ ଭାବେ ବ୍ୟବହାର କରାଯାଏ, ସେହିପରି ଟିକା ବିତରଣ ବେଳେ ସ୍କୁଲକୁ ବ୍ୟବହାର କରାଯିବ । ଟିକାକରଣର କିଛି ଦିନ ପୂର୍ବରୁ ହିତାଧିକାରୀଙ୍କୁ ଏକ ଏସ୍‌ଏମ୍‌ଏସ୍‌ରେ ସମୟ ଓ ସ୍ଥାନ ସଂପର୍କରେ ବିସ୍ତୃତ ବିବରଣୀ ଦିଆଯିବ । ପ୍ରତ୍ୟେକ ଡୋଜ ପରେ ଏକ QR କୋଡ୍‌ ସାର୍ଟିଫିକେଟ୍‌ ସୃଷ୍ଟି କରାଯିବ । ଏକ ଏକ୍ସପର୍ଟ କମିଟି ଦ୍ୱାରା ବିସ୍ତୃତ ଭାବେ ଏନେଇ ଆଲୋଚନା କରାଯାଇଛି ।

ଗତ ସପ୍ତାହରେ ହୋଇଥିବା ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭୌଗଳିକ ବ୍ୟବଧାନ ଉପରେ ଆଲୋକପାତ କରିଥିଲେ । ଡେଲିଭରି ସିଷ୍ଟମ ନିର୍ବାଚନର ସଫଳତାକୁ ଶିଖିବାକୁ ପରାମର୍ଶ ଦେଇଥିଲେ । ଟିକା ବିତରଣ ବେଳେ ଇଲେକ୍ଟ୍ରୋନିକ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍ସ ନେଟ୍‌ଓ୍ଵର୍କ ବା ଇଭିଏନ୍‌କୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ଟିକା ଷ୍ଟକ୍‌କୁ ଡିଜିଟାଲ ଟ୍ରାକ୍‌ କରାଯାଇପାରିବ । ହିତାଧିକାରୀ ଓ ଟିକାକରଣ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍‌ କରିବ ।

ଏକ୍ସପର୍ଟ କମିଟି ଡିଜିଟାଲ ଇ-ଭିନ୍‌ ପ୍ଲାଟ୍‌ଫର୍ମ ଉପରେ ଅଧିକ ଦୃଷ୍ଟି ଦେଉଛନ୍ତି । ଟିକାକରଣ ଡ୍ରାଇଭ୍‌ ବିଭିନ୍ନ ପର୍ଯ୍ୟାୟରେ କରାଯିବ । ଏଥିପାଇଁ ଇଲେକ୍ଟ୍ରୋନିକ୍‌ ଫ୍ଲାଟଫର୍ମକୁ ପ୍ରସ୍ତୁତ କରାଯାଉଛି । ଏହି ଅନୁସାରେ ହିତାଧିକାରୀଙ୍କୁ ଟିକାକରଣ କେନ୍ଦ୍ରର ତାରିଖ, ସମୟ ଓ ସ୍ଥାନ ସଂପର୍କରେ ଆଗୁଆ ସୂଚନା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.