ଛଟ ପୂଜା ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା, ସାମୁହିକ ସ୍ନାନ ଓ ବୁଡ଼କୁ ଅନୁମତି

ଭୁବନେଶ୍ବର(କେନ୍ୟୁଜ୍): ଦୀର୍ଘ ଦୁଇ ବର୍ଷ ପରେ ଉଠିଛି କୋଭିଡ କଟକଣା। ପରିବାର ଓ ଶତାଧିକ ଲୋକଙ୍କୁ ନେଇ ପାଳନ ହେବ ଛଟ ପୂଜା । ସାମୁହିକ ସ୍ନାନ ଓ ସାମୁହିକ ବୁଡ଼କୁ BMCର ଅନୁମତି । ଏହି ପୂଜାରେ ଶହଶହ ବ୍ରତଧାରୀ ଶ୍ରଦ୍ଧାଳୁ ନଦୀବନ୍ଧରେ ପଶି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଆରଧନା କରିବା ସହ ପାଣି ଓ କ୍ଷୀରରେ ଅର୍ଘ୍ୟ ଅର୍ପଣ କରିଥାନ୍ତି। ସେଥିପାଇଁ BMC ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରାଜଧାନୀରେ ୩ଟି ସ୍ଥାନରେ ବ୍ରତଧାରୀଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି । କୁଆଖାଇ ନଦୀ ଘାଟରେ BMC ପକ୍ଷରୁ ବ୍ରତଧାରୀଙ୍କ ପାଇଁ ଲାଇଟ୍ ଓ ଟେଣ୍ଡର ବ୍ୟବସ୍ତା କରାଯାଇଛି ଓ ସଫେଇ ଉପରେ ଗୁରୁତ୍ବ ଦେଇଛି BMC।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.