ରାଜ୍ୟ

ଲୋକଙ୍କ ଦୀର୍ଘ ଦିନର ଦାବି ପରେ ଭୁଆଷୁଣୀ ଡମ୍ପିଂୟାର୍ଡ଼କୁ ବନ୍ଦ କଲା ବିଏମ୍‌ସି

ଭୁବନେଶ୍ୱର(କେନ୍ୟୁଜ୍): ଭୁଆଷୁଣୀ ଡମ୍ପିଂୟାର୍ଡ଼ରେ ଆଉ ପଡ଼ିବନି ଅଳିଆ । ସବୁଦିନ ପାଇଁ ଅଳିଆ ପକାଇବା ବନ୍ଦ ରଖିଲା ବିଏମସି। ଏନେଇ ଦାରୁଠେଙ୍ଗ ସରପଞ୍ଚ ସୂଚନା ଦେଇଛନ୍ତି। ବିଏମସି ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡ଼ରେ ଆଉ ଅଳିଆ ନପକାଇବାକୁ ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଦାରୁଠେଙ୍ଗ ସରପଞ୍ଚ। ଏନେଇ ବିଏମସି ଏକ ଚିଠି ମାଧ୍ୟମରେ ଦାରୁଠେଙ୍ଗ ସରପଞ୍ଚଙ୍କୁ ଅବଗତ କରାଇଛନ୍ତି।

ଏନେଇ ବିଏମସି କମିଶନର କହିଛନ୍ତି ବୈଜ୍ଞାନିକ ପଦ୍ଧତିରେ ଅଳିଆ ପକାଇବା ଏବଂ ଉଠାଇବା କାର୍ଯ୍ୟ କରାଯିବ । ମାଇକ୍ରୋ କମ୍ପୋଜିଙ୍ଗ ସେଣ୍ଟର ଗୁଡିକରେ ଏହି ପଦ୍ଧତିରେ ଅଳିଆ ରଖିବା ବ୍ୟବସ୍ଥା ହେଇଛି। ଏହାସହ ଅନ୍ୟ ବୈଜ୍ଞାନିକ ପଦ୍ଧତିକୁ ମଧ୍ୟ ଆମେ ଅଧିକରୁ ଅଧିକ ତ୍ଵରାନିତ୍ଵ କରିବାକୁ ଯାଉଛୁ । ଏନେଇ ଟେଂଡର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆମ ପାଖରେ ଏବେ ଅଳିଆ ପରିଚାଳନା ପାଇଁ କ୍ଷମତା ରହିଛି । ତେଣୁ ଆମେ ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ସମୟସୀମା ଅନୁସାରେ ସେଠାକାର ଡମ୍ପିଂୟାର୍ଡ଼ ବନ୍ଦ କରୁଛୁ ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ସୈନିକ ସ୍କୁଲ ଟିଟିଏସ ସେଣ୍ଟରରେ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଅଧିକରୁ ଅଧିକ ଅଳିଆକୁ ସଂରକ୍ଷଣ କରାଯାଇ ପାରିବ । ସେପଟେ ଭୁଆଷୁଣୀରେ ବାୟୋମାଇନିଙ୍ଗ ସେଣ୍ଟର ଖୁବ ଶୀଘ୍ର ଆରମ୍ଭ ହେଉଛି । ଆଜିଠାରୁ ମେସିନ ଲାଗିବା କାମ କରାଯାଉଥିବା ବେଳେ ସମୟ ସୀମା ଭିତରେ କାର୍ଯ୍ୟ ଶେଷ ହେବେ ବୋଲି କମିଶନର କହିଛନ୍ତି ।

ଅନ୍ୟପଟେ ଦାରୁଠେଙ୍ଗରେ ଅଳିଆ ପକା ସମସ୍ୟା ୨୦୦୮ରୁ ଲାଗି ରହିଛି । ଏନେଇ ଅନେକ ଥର ବିଏମସି ଓ ଗାଁ ଲୋକଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିନା ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଅଳିଆ ପକାନ୍ତୁ ନାହିଁ । ପ୍ରଥମେ ବାୟୋ ମାଇନିଙ୍ଗ କାର୍ଯ୍ୟ ହେଉ ତାପରେ ଏଠାରେ ଅଳିଆ ପଡିବ ବୋଲି ଗ୍ରାମବାସୀ କହି ଆସୁଛନ୍ତି । କିନ୍ତୁ ବିଏମସି ତାହା ନକରି ସହରର ଅଳିଆକୁ ଦାରୁଠେଙ୍ଗ ଡମ୍ପିଂୟାର୍ଡ଼ରେ ଗଦା କରୁଥିଲା । ଯେଉଁଥି ପାଇଁ ଗାଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କାହାକୁ ଚର୍ମ ରୋଗ ହେଉଛି ତ କେତେବେଳେ ଅଳିଆ ପକାଇବାକୁ ଯାଉଥିବା ଗାଡି ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହେଉଛି । ଏଠାରେ ଗାଡି ଧକ୍କାରେ ଦୁଇ ଦୁଇଥର ଅକାଳରେ ଦୁଇଟି ଜୀବନ ଚାଲି ଯାଇଛି । ଏହି କାରଣରୁ ଦାରୁଠେଙ୍ଗ ଭୁଆଷୁଣୀ ଡମ୍ପିଂୟାର୍ଡ଼ରେ ଅଳିଆ ନ ପକାଇବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଏନେଇ କେତେ ଆନ୍ଦୋଳନ କେତେ ପ୍ରତିବାଦ ବି ହୋଇଛି । ଏପରିକି ପୋଲିସ ଓ ଗାଁ ଲୋକ ମୁହାଁମୁହିଁ ହୋଇଛନ୍ତି ।

ଏହାର ସମାଧାନ କ୍ଷେତ୍ରରେ ବିଏଏମ୍‌ସି ଠାରୁ ଆରମ୍ଭ କରି ସଚିବ ଓ ମନ୍ତ୍ରୀ ପର୍ଯ୍ୟନ୍ତ ଅଲୋଚନା ହୋଇଥିଲା । ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ମେ ମାସ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରଶାସନ କହିଥିଲା । କିନ୍ତୁ ଏ ନେଇ କଥା ଆଗେଇ ନାହିଁ । କିଛିଦିନ ପୂର୍ବରୁ ପ୍ରତିବାଦ କରି ଡମ୍ପିଂୟାର୍ଡ଼କୁ ବନ୍ଦ କରିବାକୁ ଗାଁ ଲୋକେ ଦାବି କରିଥିଲେ । ତେବେ ଆଜି ବିଏମ୍‌ସିର ନିଷତ୍ତି ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । ବିଏମ୍‌ସି କମିଶନର୍‌ ବିଜୟ ଅମୃତା କୁଲାଙ୍ଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

12 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

12 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

12 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

12 hours ago