ଭୁବନେଶ୍ବର BMCର ନୂତନ କମିଶନର ବିଜୟ କୁଲାଙ୍ଗାଙ୍କ ଅଚାନକ ଗସ୍ତ: ଡ୍ରେନେଜ ଓ ପରିମଳ ବ୍ୟବସ୍ଥାର କଲେ ତଦାରଖ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରର ସ୍ୱଚ୍ଛତା ଉପରେ ବିଏମସିର ଗୁରୁତ୍ୱ। ଜାଣତରେ ହେଉ କି ଅଜାଣତରେ ଏପରି ଅନେକ କ୍ଷେତ୍ରରେ ଲୋକଙ୍କ ଅବହେଳା ଯୋଗୁଁ ସହରର ପରିବେଶ ନଷ୍ଟ ହେଉଛି। ସହରକୁ ସବୁଜ ଓ ସୁନ୍ଦର ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଜରୁରୀ।

ଏହି ଆହ୍ୱାନରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ରାସ୍ତାଘାଟ, ଡ୍ରେନେଜ, ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଓ ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ। ଗସ୍ତ ସମୟରେ ବିଏମସି, ସ୍ମାର୍ଟସିଟି, ୱାଟକୋ, ଟାଟା ପାୱାର, ପୂର୍ତ୍ତ ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ଏହା ସହିତ ରାସ୍ତା କଡ଼ରେ ଜମା ହୋଇ ରହିଥିବା ଅଳିଆ ଓ ରାସ୍ତା କଡ଼ରେ ଥିବା ଗଛ କିଭଳି ରହିଛି ସେ ସବୁକୁ ତଦାରଖ କରିଥିଲେ। ତୁରନ୍ତ ଯେଉଁ ଜାଗା.ରେ ସମସ୍ୟା ଅଛି  ତାହାକୁ ସମାଧାନ କରିବା ପାଇଁ  ବିଭାଗୀୟ ଅଧିକାରୀ ମାନଙ୍କୁ ଡାକି ଆଦେଶ ଦେଇଥିଲେ । ଏହି ଅଚାନକ ଗସ୍ତ ସମୟରେ ବହୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.