ଟିକାକରଣରେ ମାଇଲଖୁଣ୍ଟ ପାର କଲା ବିଏମସି, ୨୨ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହେଲା ଭୁବନେଶ୍ୱର

ଭୁବନେଶ୍ୱର (କେନ୍ୟୁଜ): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ପାର କଲା ବିଏମସି । ୨୨ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହେଲା ଭୁବନେଶ୍ୱର। ମୋଟ ୨୨ଲକ୍ଷ ୧ ହଜାର ୭୬୧ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୨ଲକ୍ଷ ୨୭ହଜାର ୫୪୨ଟି ପ୍ରଥମ ଓ ୯ଲକ୍ଷ ୭୪ ହଜାର ୨୧୯ଟି ଉଭୟ ଡୋଜ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ହଜାର ୯୦ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ଉଭୟ ଡୋଜ ଟିକା ଗ୍ରହଣ କରିସାରିଛନ୍ତି।

ସେହିଭଳି ୫୬ହଜାର ୩୨୫ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି। ୧୮ରୁ ୪୪ ବୟସ ବର୍ଗରେ ୭ଲକ୍ଷ ୪୩୭ଜଣଙ୍କୁ ପ୍ରଥମ ଡୋଜ ଓ ୫ଲକ୍ଷ ୩୨ହଜାର ୯୧୩ଜଣଙ୍କୁ ଉଭୟ ଡୋଜ ଟିକା ଦିଆଯାଇଛି। ୪୫ରୁ ୫୯ ବୟସ ବର୍ଗରେ ୨ଲକ୍ଷ ୮୮ ହଜାର ୭୭୮ ପ୍ରଥମ ଓ ୨ଲକ୍ଷ ୩୭ ହଜାର ୬୫୩ ଜଣଙ୍କୁ ଉଭୟ ଡୋଜ ଟିକା ଦିଆଯାଇଛି। ବରିଷ୍ଠ ନାଗରିକ ବା ୬୦ ବର୍ଷରୁ ଅଧିକ ବର୍ଗରେ ୧ଲକ୍ଷ ୪୫ହଜାର ୯୧୨ ଜଣଙ୍କୁ ପ୍ରଥମ ଓ ୧ଲକ୍ଷ ୨୧ ହଜାର ୬୧୮ ଜଣ ବ୍ୟକ୍ତି ଉଭୟ ଡୋଜ ଟିକା ଗ୍ରହଣ କରିସାରିଛନ୍ତି। ବିଏମସି ପକ୍ଷରୁ ଟ୍ଵିଟ ଯୋଗେ ଏହି ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.