ବିଏମସି ଭାଙ୍ଗିଦେଲା ଦୋକାନ ଘର, ରାସ୍ତାକଡ଼ରେ କାନ୍ଦୁଛନ୍ତି ମହିଳା

ରାସ୍ତା କଡ଼ଟାରେ ଜଣେ ମହିଳା ଭୋ ଭୋ ହୋଇ କାନ୍ଦୁଥାଆନ୍ତି । ଧୈର୍ଯ୍ୟ ରହୁ ନଥାଏ । ତାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦି ପକାଇବେ । କାନ୍ଦି କାନ୍ଦି କହୁଥାଆନ୍ତି ହେ ଜଗନ୍ନାଥ ସେମାନଙ୍କର ବଂଶ ବୁଡିଯାଉ l ଯେଉଁ ମାନେ ଏମିତି କରି ମୋ ସଂସାର ଉଜାଡିଛନ୍ତି । ମୋ ପିଲା ଛୁଆଙ୍କ ଭୋକିଲା ପେଟରେ ଗୋଇଠା ମାରିଛନ୍ତି ସେମାନଙ୍କର ସେମିତି ଉଜୁଡି ଯାଉ । ସେମାନେ ସେମିତି ଛାରଖାର ହୋଇଯାଆନ୍ତୁ l ଏମିତି କହି କୋହ ଫଟାଇ କାନ୍ଦୁଥାନ୍ତି l ଅନ୍ୟ ପାର୍ଶ୍ୱରେ ଗୋଟିଏ ଜେସିବି ରାସ୍ତାରେ ଥୁଆ ହୋଇଥାଏ ଏବଂ ଜଣେ ବ୍ୟକ୍ତି ମଧ୍ୟ ଦୁଃଖରେ ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କେତେ କଣ କହି ଯାଉଥାଆନ୍ତି l
ହଁ ଆଜ୍ଞା, ରାଜଧାନୀ ରାଜରାସ୍ତାର ଏ ଦୃଶ୍ୟ ଛାତି ଥରାଇ ଦେବା ଭଳି । ମାଉସୀମା ଛକ ନିକଟ ରାସ୍ତା କଡ଼ରେ ଗୋଟିଏ ଜେସିବି ଥୁଆ ହୋଇଥାଏ । ପାଖରେ ଏଣେତେଣେ ବିଛାଡ଼ି ହୋଇ ପଡିଥାଏ ବିଭିନ୍ନ ବିକ୍ରୀ ସାମଗ୍ରୀ । ଆଉ ଭାଙ୍ଗି ରୁଜି ଚୁରମାର ହୋଇପଡିଥାଏ ଦୋକାନ ଘରଟି l ମହିଳା ଜଣକ ଭାଙ୍ଗି ଯାଇଥିବା ଦୋକାନରେ ପଡ଼ିଥିବା କିଛି ଜିନିଷକୁ ଆଖି ଲୁହ ପୋଛି ପୋଛି ସାଉଁଟିବାକୁ ଲାଗିଥାଆନ୍ତି l କଣ ବା ଆଉ କରିପାରିବେ । ତାଙ୍କ ସହ ଆଜି ଯାହା ଘଟିଛି ଦୁଃଖ କରିବା ଛଡ଼ା କିଛି ଉପାୟ ନାହିଁ ।
ଏହି ବ୍ୟକ୍ତି ଦୀର୍ଘ ବର୍ଷ ହେବ ଦୋକାନ କରିଥିଲେ ଭୁବନେଶ୍ବର ମାଉସୀ ମା ଛକରେ l ଦୋକାନ ଖଣ୍ଡିକ ହିଁ ତାଙ୍କ ପରିବାର ବଞ୍ଚିବା ପାଇଁ ସାହାରା ପାଲଟି ଥିଲା l କିନ୍ତୁ ରାସ୍ତା ପ୍ରଶସ୍ତ ପାଇଁ ତାଙ୍କ ଦୋକାନକୁ ଜବର ଦଖଲ ନୀତିରେ ଉଚ୍ଛେଦ କରାଯାଇଛି ସେ ଆଉ ଗୋଟିଏ ପାଠ l କିନ୍ତୁ ଏହି ବ୍ୟକ୍ତି ଗାଁକୁ ଯାଇଥିବା ସମୟରେ ବିଏମସି ଏହାକୁ ଉଚ୍ଛେଦ କରିଛି l ତେଣୁ ଏ ପରିବାର କଣ କରିବେ କେମିତି ବଂଚିବେ ? ତାଙ୍କର ସବୁ ଜିନିଷ ନଷ୍ଟ ହୋଇଗଲା ଲୋନ କରିଥିଲେ ସୁଝିବେ କେମିତି ? ପିଲା ଛୁଆ ଖାଇବେ କଣ ତାକୁ ନେଇ ଚିନ୍ତାରେ ?