ଜୀବନ ଗଲା ପରେ ଚେତା ପଶିଲା, ସ୍ମାର୍ଟ ସିଟି ଡ୍ରେନ୍‌କୁ ସ୍ମାର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଡ୍ରେନ୍‌କୁ ସ୍ମାର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ସହରରେ ୭୫ଟି ସମ୍ବେଦନଶୀଳ ଡ୍ରେନ ଚିହ୍ନଟ କରାଯାଇଛି । ତ୍ୱରିତ ବେଗରେ ଏହାର ସଟ୍‌ ଓ ମିଡିୟମ ଟର୍ମ ସମାଧାନ କରାଯାଇ ପାଣି ନିଷ୍କାସନ କ୍ଷମତା ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ନୂଆ ଡ୍ରେନ ତିଆରି କରିବା, ଜମି ଅଧିଗ୍ରହଣ, ଜବର ଦଖଲ ଉଛେଦ ଭଳି ଅନେକ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ କୁମାର ସିଂହ ।

ସେପଟେ ଆସନ୍ତା ୨୫ ତାରିଖରୁ ଆଉ ଏକ ବଡ଼ ବର୍ଷା ଆସୁଥିବାରୁ ସହରରେ ଜଳବନ୍ଦୀ ସମସ୍ୟାର ସମାଧାନ ନେଇ ବୈଠକ ବସିଛି । ପ୍ରାକୃତିକ ନାଳ ଉପରେ ସ୍ଲାବ ପଡ଼ିପାରିବ ନାହିଁ । ସହରରେ ଥିବା ୧୩ଟି ପ୍ରାକୃତିକ ନାଳରେ ଜଳ ନିଷ୍କାସନ କ୍ଷମତା ବୃଦ୍ଧି ସହ ଆଇନ ଅନୁଯାୟୀ ଜବର ଦଖଲ ଉଚ୍ଛେଦ ସହ ସଫେଇ ଓ ମରାମତି ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ବର୍ଷା ପାଇଁ ବିଏମସି ଓ ଅଗ୍ନିଶମ ଟିମ୍‌ ବିଭିନ୍ନ ତଳିଆ ଅଞ୍ଚଳର ୩୫ଟି ଜଳବନ୍ଦୀ ସ୍ଥାନରେ ପମ୍ପସେଟ୍‌ ମହଜୁଦ୍‌ ରଖିବାକୁ କୁହାଯାଇଛି । ଅନ୍ୟପଟେ ବାରମ୍ବାର ଦୁର୍ଘଟଣାକୁ ଦେଖି ସମ୍ବେଦନଶୀଳ ଡ୍ରେନ ଗୁଡ଼ିକରେ ଅସ୍ଥାୟୀ ବ୍ୟାରିକେଡ କରି ବିପଦ ସଂକେତ ଲଗାଇବାକୁ ବିଶେଷଜ୍ଞ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.