ବିଏମସି ଲଞ୍ଚ କଲା ‘ସଚେତକ’ ନାମକ ଏକ ଆପ୍, ରାଜଧାନୀରେ ରୋଗଗ୍ରସ୍ତ ଥିବା ବ୍ୟକ୍ତି ଓ ବୃଦ୍ଧମାନଙ୍କର ଯତ୍ନ ନେବାପାଇଁ ହେବ ସହାୟକ

ଭୁବନେଶ୍ବର(କେନ୍ୟୁଜ୍): କୋଭିଡ-୧୯ ମୁକାବିଲା ପାଇଁ ବିଏମସି ଲଞ୍ଚ କଲା ‘ସଚେତକ’ ନାମକ ଏକ ଆପ୍ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଦ୍ୱାରା ଏହି ଆପ କେବଳ ରାଜଧାନୀର ବୟସ୍କ ନାଗରିକ ଓ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଡେଭଲପ୍ କରାଯାଇଛି। ଯେହେତୁ କରୋନା ସମୟରେ ପୂର୍ବରୁ ରୋଗଗ୍ରସ୍ତ ଥିବା ବ୍ୟକ୍ତି ତଥା ବୃଦ୍ଧମାନଙ୍କର ଯତ୍ନ ନେବା ନିହାତି ଗୁରୁତ୍ବପୂର୍ଣ୍ଣ ବିଷୟ ତେଣୁ ସେମାନଙ୍କ ଦେଖା ଶୁଣା କରିବା ପାଇଁ ଏହି ଆପ ବେଶ୍ ସହୟକ ହେବ ।

BMC launches Sachetak app for vulnerable people - Update Odisha

ଯେଉଁମାନେ ଏହି ଆପ୍‌ରେ ପଞ୍ଜିକୃତ ହେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆପ୍ ଡାଉନଲୋଡ୍ କରିବେ। ଏହପରେ ଉପଭୋକ୍ତା ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଏକକାଳୀନ ପାସୱାର୍ଡ (ଓଟିପି) ବ୍ୟବହାର କରି ନାମ ପଞ୍ଜୀକୃତ କରିବେ। ଏହି ଆପ୍‌ରେ ପଞ୍ଜୀକୃତ ହୋଇଗଲେ ଉପଭୋକ୍ତାମାନେ ସେମାନଙ୍କ ବିଷୟରେ ସୂଚନା ଦେବେ।
ପ୍ରଥମେ ଉପଭୋକ୍ତା ବୟସ ପଞ୍ଜିକୃତ କରିବେ। ଏହାପରେ ବୃତ୍ତି ଏବଂ ଭୁବନେଶ୍ୱର କେଉଁ ଓ୍ଵାର୍ଡରେ ବାସବାସ କରୁଛନ୍ତି ତାର ଠିକଣା ଦେବାକୁ ପଡ଼ିବ।

BMC launches 'Sachetak' app for vulnerable section during COVID ...
ଏଥିସହିତ ଶରୀରରେ କୌଣସି ସାଂଘାତିକ ରୋଗ ଅଛି କି ନାହିଁ, ପୂର୍ବରୁ କୌଣସି ସର୍ଜରି ହୋଇଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିବ। ଏହାପରେ ଆପଣଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଓ ଡାକ୍ତରଙ୍କ ସୂଚନା ଦେବେ।
ଏସବୁ ପରେ ବିପଦରେ ଥିବା ଲୋକଙ୍କୁ ଚିହ୍ନଟ କରିବାରରେ ବିଏମ୍‌ସିକୁ ଏହା ସହଜ ହୋଇପାରିବ। ଆପ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଯେଉଁ ସହର ବା ଜୋନ୍‌ରେ ଅଧିକ ଅସୁରକ୍ଷିତ ଗୋଷ୍ଠୀ ଚିହ୍ନଟ ହେବ ସେହିଠାରେ ଉନ୍ନତ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରାଯିବ।

ଏହି ଆପ୍ ଜରିଆରେ ‘କନ୍‌ସଲ୍‌ଟ ଡକ୍ଟର’ ବିକଳ୍ପ ବ୍ୟବହାର କରି ନାଗରିକମାନେ ନିର୍ଦ୍ଦିଷ୍ଟ ରୋଗ ପାଇଁ ପଞ୍ଜୀକୃତ ଡାକ୍ତରଙ୍କଠାରୁ ପରାମର୍ଶ ଲୋଡି ପାରିବେ। ଡାକ୍ତରଙ୍କ ସହ ଆପ୍ କିମ୍ବା ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ପାରିବେ।

Leave A Reply

Your email address will not be published.