ରାଜ୍ୟ

ଭୁବନେଶ୍ୱରରେ କରୋନା ଟିକାର ଅଭାବ,୧୮ରୁ ୪୪ ବର୍ଷ ବୟସ୍କ ବର୍ଗଙ୍କ ଟିକାକରଣ ସାମୟିକ ଭାବେ ସ୍ଥଗିତ ରଖିଲା ବିଏମସି

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାର ଅଭାବ । ଏଥିପାଇଁ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗଙ୍କ ଟିକାକରଣ ପାଇଁ ସାମୟିକ ଭାବେ ସ୍ଲଟ ବୁକିଂ ମଧ୍ୟ ସ୍ଥଗିତ ରଖିଛି ବିଏମସି । ଉଭୟ ଅନଲାଇନ୍‌ ଏବଂ ଟୋକନ୍‌ ମାଧ୍ୟମରେ ଟିକାକରଣକୁ ବନ୍ଦ ରଖାଯାଇଛି । ବିଏମସି ସୂଚନା ଅନୁସାରେ ଟିକାର ଅଭାବ ଯୋଗୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାକରଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଖୁବ୍‌ ଶୀଘ୍ର କୋଭାକ୍ସିନ୍‌ ଆସିବା ପରେ ପୁଣି ଏହି ବର୍ଗଙ୍କର ଆରମ୍ଭ ହେବ ଟିକାକରଣ ।

ଗୋଟିଏ ପଟେ ଯୁବ ବର୍ଗଙ୍କ ପାଇଁ କୋଭାକ୍ସିନ ଟିକାର ଅଭାବ ଥିବା ବେଳେ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ଟିକାକରଣ ଜୋରସୋରରେ ଚାଲିଛି । ଏଥିପାଇଁ ଆଜିଠୁ ବିଏମସି ଏରିଆରେ ଆରମ୍ଭ ହୋଇଛି ଭ୍ୟାକ୍ସିନ୍‌ ଆଟ୍‌ ଡୋର ଷ୍ଟେପ ଅଭିଯାନ । ବିଏମ୍‌ସିର ୩ଟି ଜୋନ୍‌ରେ ମୋଟ୍‌ ୬ଟି ଆପାର୍ଟମେଣ୍ଟରେ ଆଜିଠାରୁ ଏହାର ଆରମ୍ଭ ହୋଇଛି । ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ ରଖିଛି ବିଏମସି ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

32 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago