ପାର୍ବଣ ପାଇଁ ବିଏମସିର ସ୍ୱତନ୍ତ୍ର ଗାଇଡଲାଇନ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ପାର୍ବଣ ପାଇଁ ବିଏମସିର ସ୍ୱଚନ୍ତ୍ର ଗାଇଡଲାଇନ ଜାରି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ଜାରି କରିଛି ନୂଆ ଗାଇଡ଼ଲାଇନ। ସେପ୍ଟେମ୍ବର ମାସରେ ଜାରି ଗାଇଡ଼ଲାଇନର ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ରହିଛି ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଦିଆଯିବ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଓ ସୀମିତ କର୍ମକର୍ତ୍ତାଙ୍କୁ ନେଇ ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜା ଆୟୋଜନକୁ ଅନୁମତି ଦିଆଯାଇଛି। ଏଥିପାଇଁ ଆୟୋଜକ କମିଶନରେଟ ପୋଲିସ ଠାରୁ ଅନୁମତି ନେବା ଜରୁରୀ। ବିଏମସି ପକ୍ଷରୁ ନିର୍ମାଣ କୁତ୍ରିମ ଜଳାଶୟରେ ହେବ ବିସର୍ଜନ। ବିସର୍ଜନ ସମୟରେ ସର୍ବାଧିକ ୧୦ଜଣ ରହିବାକୁ ଅନୁମତି ମିଳିଛି।

ଶୋଭାଯାତ୍ରା, ରୋଷଣୀ ବାଜା ଆଦି କିଛି ହେବ ନାହିଁ। ବିସର୍ଜନରେ ସାମିଲ ବ୍ୟକ୍ତି ସମସ୍ତେ ଡବଲ ଡୋଜ ଟିକା ନେଇଥିବା ସହ କୋଭିଡ ଟେଷ୍ଟିଂ କରିଥିବା ଜରୁରୀ। ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ଜାରି ହୋଇଛି କଟକଣା। ମାସ ତମାମ ମନ୍ଦିରରେ ଗହଳି କରିବାକୁ ମନା କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ରହିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.