ରାଜଧାନୀର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ସମଗ୍ର ଅଞ୍ଚଳ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ତତ୍ପରତା । ସୁନ୍ଦରପଦାର ପ୍ରବେଶ ଓ ପ୍ରସ୍ଥାନ ପଥକୁ କରାଯାଇଛି ସିଲ୍‌ ଓ ୱାର୍ଡ଼ ନମ୍ୱର ୬୪ ଯଦୁପୁର ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ ।

SUNDERPADA MAP

ୱାର୍ଡ଼ ନମ୍ବର ୬୪ର ଯଦୁପୁର ଓ ବେଗୁନିଆକୁ ସଂକ୍ରମଣ ଜୋନ ଭାବେ ଘୋଷଣା କରାଯାଇଛି । ଅଞ୍ଚଳର ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁକୁ ସିଲ୍‌ କରାଯାଇଛି। ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଏବଂ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି। ଯଦୁପୁର ଅଞ୍ଚଳରେ ‘କରୋନା’ ଆକ୍ରାନ୍ତ ଅଞ୍ଚଳରୁ ଲୋକମାନେ ଆସି ରହିଥିବା ସନ୍ଦେହ କରି ସିଲ୍‌ କରିଛି ବିଏମ୍‌ସି। ଏହି ସବୁ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଘରୁ ନବାହାରିବା ପାଇଁ ଲୋକଙ୍କୁ ଅପିଲ୍‌ କରାଯାଇଛି।

jadupur kapila prasad sealସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ୍‌ର କାଳୁଆସୁଣି ମନ୍ଦିର ଓ କାଳୁଆସୁଣି ମନ୍ଦିରରୁ ଟାଟା ପ୍ରୋଜେକ୍ଟ ଯାଏ ସିଲ୍‌ କରାଯାଇଛି। ସେହିପରି ସରକନ୍ତରା ନୂଆ କଲର୍ଭଟ ଯାଏ ଓ ଟାଟା ପ୍ରୋଜେକ୍ଟରୁ ସରକନ୍ତରା ନୂଆ କଲର୍ଭଟ ଯାଏ ପୂରା ଅଞ୍ଚଳକୁ ସିଲ୍‌ କରାଯାଇଛି।

SUNDERPADA_PHOTO

ଆସନ୍ତାକାଲି ସେହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ। ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଆବଶ୍ୟକ ପଡ଼ିଲେ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.