ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛି ବିଏମ୍ସି, ଗତ ରାତିରେ ମିଳିଛି ୬୦ରୁ ୭୦ଜଣଙ୍କ ତାଲିକା

ଭୁବନେଶ୍ୱର: ବ୍ରିଟେନ୍ରୁ ଭୁବନେଶ୍ୱର ଆସିଥିବା ଲୋକଙ୍କୁ ଖୋଜୁଛି ବିଏମ୍ସି । ପ୍ରତି ଜୋନ୍ରେ ୨ଟି ଲେଖାଏଁ ଟିମ୍ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛନ୍ତି। ସେମାନେ ଦେଇଥିବା ଠିକଣାକୁ BMC ତରଫରୁ ଟିମ୍ ପଠାଯାଇଥିବା କହିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଶ୍ରୀ ଚୌଧୁରୀ କହିଛନ୍ତି, ଫରେନ୍ ନମ୍ବର ଥିବାରୁ ଟ୍ରେସ୍ କରିବାରେ ସମସ୍ୟା ହେଉଛି। ଗତକାଲି ରାତିରେ ୬୦ରୁ ୭୦ଜଣଙ୍କ ତାଲିକା ମିଳିଛି। ମଙ୍ଗଳବାର ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେଇପାରିବୁ ବୋଲି ସେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୨୮ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା BMCକୁ ମିଳିଥିଲା। ସେମାନଙ୍କ ଟେଷ୍ଟ କରାଯିବା ପରେ ପଜିଟିଭ୍ ବାହାରିଛି। ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର ୧୮ଟି ଜିଲ୍ଲାକୁ ବ୍ରିଟେନ୍ରୁ ଲୋକେ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରକୁ ଆସିଛନ୍ତି । ଯେଉଁମାନଙ୍କର ଫୋନ୍ ନମ୍ବର ଭୁଲ ଅଛି ସେମାନେ ନିଜ ଆଡୁ ସରକାରଙ୍କୁ ତଥ୍ୟ ଦିଅନ୍ତୁ ।