ଏଥର ଖଣ୍ଡଗିରି ମେଳାରେ ହେବନାହିଁ ଅଶ୍ଳୀଳ ଡ୍ୟାନ୍ସ, ବିଏମସିର କଡ଼ା କଟକଣା
![khandagiri](https://knewsodisha.com/wp-content/uploads/2023/01/thumb-66.jpg)
ଭୁବନେଶ୍ବର(କେନ୍ୟୁଜ୍): ୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା । ଏଥର ଅପେରା ଲଢ଼େଇରେ ହେବନି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳ ଡ୍ୟାନ୍ସ ଉପରେ କଟକଣା ଲଗାଇଛି ବୁବନେଶ୍ୱର ମହାନଗର ନିଗମ । ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ହେବ ନାହିଁ ତାଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆୟୋଜକ ଖଣ୍ଡିଗିରି ଥାନାରେ ଲିଖିତ ଭାବରେ ଅଣ୍ଡରଟେକିଂ ଦେବେ ।
ଗତକାଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗାଇଡଲାଇନ୍ ଅନୁସାରେ ଯାତ୍ରା ହେବ । ୩୦ ତାରିଖରୁ ବିଭିନ୍ନ ଯାତ୍ରା ପାର୍ଟି ୧୦ ଦିନ ଧରି ଯାତ୍ରା ପରିବେଷଣ କରିବେ । ଦୁଇ ବର୍ଷ ପରେ ଯାତ୍ରା ହେଉଥିବାରୁ ପ୍ରବଳ ଭିଡ଼ ଆଶଙ୍କା କରାଯାଉଛି । ଅପରାଧିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖିବାକୁ ଯାତ୍ରା ପେଣ୍ଡାଲ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ସିସିଟିଭି । ସାଦା ପୋଷାକଧାରୀ ପୋଲିସ ବି ମୁତୟନ ହେବେ । ଗତକାଲି ବିଏମସି ବୈଠକରେ ସମସ୍ତ ଯାତ୍ରା କମିଟିର ସଦସ୍ୟ ଯୋଗ ଦେଇଥିଲେ ।