ରାଜ୍ୟ

ମାଟ୍ରିକ୍ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡର ଅନୁମୋଦନ, ନବମ ଓ ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ

କେନ୍ୟୁଜ୍(ବ୍ୟୁରୋ):  ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଁ ମୂଲ୍ୟାଙ୍କନ ନିର୍ଦ୍ଧାରଣ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ବୋର୍ଡ ମୋହର। ଉଭୟ ନବମ ଓ ଦଶମ ଶ୍ରେଣୀର ନମ୍ବରକୁ ଆଧାର କରି ମୂଲ୍ୟାୟନ କରାଯିବ। ନବମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବରକୁ ଆଧାର କରି ୪୦ପ୍ରତିଶତ ଗୁରୁତ୍ୱ ପ୍ରଦାନ କରାଯିବ। ଏହାସହ ଦଶମ ଶ୍ରେଣୀର ୩ଟି ପ୍ରାକ୍ଟିସ ଟେଷ୍ଟର ସର୍ବାଧିକ ଦୁଇଟି ମାର୍କକୁ ୩୦ ପ୍ରତିଶତ ଲେଖାଏ ଗୁରୁତ୍ୱ ଦିଆଯିବ। ଅର୍ଥାତ ଦଶମ ପ୍ରାକ୍ଟିସ ଟେଷ୍ଟ ମାର୍କକୁ ମିଳିବ ୬୦ ପ୍ରତିଶତ ଗୁରୁତ୍ୱ। ଯଦି ବିଦ୍ୟାର୍ଥୀ ଦଶମ ଶ୍ରେଣୀର କୌଣସି ପ୍ରାକ୍ଟିସ ପରୀକ୍ଷା ଦେଇନଥିବେ ତେବେ ନବମ ଶ୍ରେଣୀର ପରୀକ୍ଷାରେ ହାସଲ କରିଥିବା ନମ୍ବରକୁ ଶତ ପ୍ରତିଶତ ୱେଟେଜ୍‌ ପ୍ରଦାନ କରାଯିବ ।

ସେହିପରି ଯଦି ଦଶମ ଶ୍ରେଣୀରେ କେବଳ ଗୋଟିଏ ପ୍ରାକ୍ଟିସ ଟେଷ୍ଟ ଦେଇଥିବେ ତେବେ ନବମ ଶ୍ରେଣୀର ସମୁଦାୟ ନମ୍ବରକୁ ୭୦ ପ୍ରତିଶତ ଗୁରୁତ୍ୱ ଭାବେ ଗ୍ରହଣ କରାଯାଇ ମୂଲ୍ୟାଙ୍କନ କରାଯିବ। ମାର୍କ ପ୍ରଦାନ ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ଶିକ୍ଷା ଜିଲ୍ଲାଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ବୋର୍ଡର ୱେବସାଇଟରେ ମାର୍କ ଅପ୍‌ଲୋଡ କରାଯିବ। ଯଦି ଫଳ ପ୍ରକାଶନରେ କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନୁହନ୍ତି ତେବେ ଅବସ୍ଥାରେ ସୁଧାର ଆସିବା ପରେ ସେମାନେ ଲିଖିତ ପରୀକ୍ଷା ଦେଇପାରିବେ। ମୂଲ୍ୟାୟନ ପାଇଁ ବିଶ୍ୱସନୀୟତା, ସ୍ୱଚ୍ଛତା, ନମନୀୟତା ଓ ବୈଧତା ଆଦି ୪ଟି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

19 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

21 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago