ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ଜାରି କଲେ ଅବକାରୀ ବିଭାଗ

ଚିକିଟି: ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ଜାରି କଲେ ଅବକାରୀ ବିଭାଗ । ଆରଡିସି ତଦନ୍ତ ନୁହେଁ, ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ ବୋର୍ଡ ଅଫ ରେଭେନ୍ୟୁର ସଦସ୍ୟ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଏଥିପାଇଁ ୪ଟି ଟର୍ମ ଅଫ ରେଫେରାନ୍ସ ଦିଆଯାଇଛି । କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ? ଏହି ଘଟଣା ପାଇଁ କିଏ ଦାୟୀ ? ଅବକାରୀ ବିଭାଗ ଓ ପୋଲିସ ବିଭାଗର ଅବହେଳା ଅଛି ନା ନାହିଁ ? ଭବିଷ୍ୟତର ଏଭଳି ଘଟଣା ଯେପରି ନଘଟେ ସେ ନେଇ ସରକାରଙ୍କୁ ପରାମର୍ଶ ଦେବେ ରାଜସ୍ୱ ପର୍ଷଦ ସଦସ୍ୟ । ଅଗଷ୍ଟ ୧୯ରେ ଚିକିଟି ବ୍ଲକ ମାଉନ୍ଦପୁର ଗାଁରେ ବିଷାକ୍ତ ମଦ ପିଇ ୨୧ ଜଣ ଅସୁସ୍ଥ ହୋଇଥିଲେ । ସେଥିରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like