ମାଲକାନଗିରି: ସାଧାରଣତନ୍ତ୍ର ଦିବସରୁ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା

କେନ୍ୟୁଜ୍(ବ୍ୟୁରୋ): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ସାଧାରଣତନ୍ତ୍ର ଦିବସରୁ ଏହି ସେବା ଆରମ୍ଭ କରିଛି ବିଏସଏଫ। ମାଲକାନଗିରି ଜିଲ୍ଲା ଜାନବାଇ BSF କ୍ୟାମ୍ପଠାରୁ ବୋଟ୍‌ ଆମ୍ବଲାନ୍‌ସ ସେବାର ଲୋକାର୍ପଣ କରିଛନ୍ତି ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ। ଆମ୍ବୁଲାନ୍ସରେ ରୋଗୀଙ୍କ ପାଇଁ ଅକ୍ସିଜେନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏହି ସେବା ଦ୍ଵାରା ୧୫୧ଟି ଗାଁର ୩୦ହଜାରରୁ ଅଧିକ ଲୋକ ଉପକୃତ ହେବେ।

କୌଣସି ରୋଗୀ ହସ୍ପିଟାଲ ସୁବିଧାରେ ପହଞ୍ଚି ପାରିବ କହିଛନ୍ତି ବିଏସଏଫ ଡିଆଇଜି । ଜୋଡାଆମ୍ବଠାରେ ଏକମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପାଣି ଘେରରେ ଥିବା ଗାଁ ଲୋକ ନିର୍ଭର କରନ୍ତି । ହସ୍ପିଟାଲରେ ପହଞ୍ଚିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ବିଏସଏଫ ବୋଟ ଆମ୍ବୁଲାନ୍‌ସ ସେବାରେ ସେମାନେ ବେଶ ଉପକୃତ ହୋଇପାରିବେ ।