ମଝି ସମୁଦ୍ରରେ ବୁଡ଼ିଲା ମାଛ ଧରା ଡଙ୍ଗା : ୭ ମତ୍ସ୍ୟଜୀବୀ ଉଦ୍ଧାର ,ଜଣେ ନିଖୋଜ

ଭଦ୍ରକ : ଡଙ୍ଗା ବୁଡ଼ି ଯିବାରୁ ୮ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ। ଭଦ୍ରକ ଜିଲ୍ଲା ଧାମରା ହ୍ଵିଲର ଦ୍ୱୀପ ନିକଟରେ ଏହି ଅଘଟଣ ଘଟିଛି। ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଧାମରା ମେରାଇନ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏହି ମତ୍ସ୍ୟଜୀବୀମାନେ ବାଲେଶ୍ୱର କଷାଫଳ ମୁହାଣରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ପାଗ ଖରାପ ଥିବାରୁ ଧାମରା ତେନ୍ତୁଳିଚଡ଼ା ପାଖରେ ଡଙ୍ଗାଟି ଓଲଟି ପଡ଼ିଥିଲା ।