ମାଲକାନଗିରିରେ ଅଘଟଣ: ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି: ମାଲକାନଗିରିରେ ହୃଦୟ ବିଦାରକ ଘଟଣା । ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ । ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଡଙ୍ଗାରେ ମୋଟ ୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଅରେ ପହଂଚିଛନ୍ତି । ଏବେ ବି ୭ ଜଣ ନିଖୋଜ ଅଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.