କାଳିଜାଈ ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ : ମିଳିଲା ୬ ମୃତଦେହ

ଚିଲିକାରେ ଡଙ୍ଗା ବୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚଛି। ଗତକାଲି ୨ ଜଣଙ୍କର ମୃତଦେହ ମିଳିଥିବା ବେଳେ ଆଜି ଆଉ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଚିଲିକାରେ ଡଙ୍ଗା ବୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚଛି। ଗତକାଲି ୨ ଜଣଙ୍କର ମୃତଦେହ ମିଳିଥିବା ବେଳେ ଆଜି ଆଉ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଭିତରେ ୩ ଜଣ ଶିିଶୁ ଅଛନ୍ତି । ଗତକାଲି କାଳିଜାଈ ଦର୍ଶନ ପାଇଁ ନୟାଗଡ଼ ଜିଲ୍ଲା ରଣପୁରର ୧୬ ଜଣ ଏକ ଦେଶୀ ଡଙ୍ଗାରେ ଯାଇଥିଲେ । ଦର୍ଶନ ସାରି ଫେରିବା ବେଳେ ମଝି ନଈରେ ପ୍ରବଳ ପବନ ଯୋଗୁ ଗଣ୍ଡରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ୧୦୦ରୁ ଅଧିକ ନିୟୋଜିତ ଥିଲେ । ଅଗ୍ନିଶମ, ଓଡ୍ରାଫ୍‌, ନୌସେନା, ପୋଲିସ ଓ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ । ଏହି ଦେଶୀ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ଭଳି କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ।

ସେପଟେ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.