ସରକାରୀ ରିଲିଫ୍‌ ବୋଟରେ ଅଗ୍ନିକାଣ୍ଡ, ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ଲୁଣାନଦୀ ଶାଖା ଜୋରରେ ଥିବା ସରକାରୀ ରିଲିଫ୍‌ ବୋଟରେ ଅଗ୍ନିକାଣ୍ଡ । ବୋଟଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଥିବା ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହି ବୋଟ ଗୁଡିକ ରଖାଯାଇଛି । ବୋଟରେ କିଭଳି ନିଆଁ ଲାଗିଲା ତାହା ଅସ୍ପଷ୍ଟ ଥିବା ବେଳେ ମାର୍ଶାଘାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି ।