କାଳିଜାଇ ଦର୍ଶନ କରି ଫେରୁଥିବା ବେଳେ ମଝି ଚିଲିକାରେ ଓଲଟି ପଡିଲା ଡଙ୍ଗା, ୬ ଗୁରୁତର  

କେନ୍ୟୁଜ୍(ବ୍ୟୁରୋ):ଚିଲିକାରେ ଡଙ୍ଗା ଓଲଟି ୬ ଗୁରୁତର, ଏବେ ବି ଜାରି ରହିଛି ନିଖୋଜଙ୍କୁ ଉଦ୍ଧାରକାର୍ଯ୍ୟ ।  କାଳିଜାଇ ଦର୍ଶନ କରି ଫେରୁଥିବା  ବେଳେ ମଝି ଚିଲିକାରେ ଓଲଟି ପଡିଥିଲା ଡଙ୍ଗା। ଯାହା ଫଳରେ  ଘଟଣା ସ୍ଥଳରେ ଯାତ୍ରୀମାନେ ପାଣିରେ ବୁଡି ଯାଇଥିଲେ। ଉଦ୍ଧାର ହୋଇଥିବା ଲୋକମାନଙ୍କୁ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।

chilika

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ସୁବୁଧି ପାଟଣା,ଆଁକୁଲା ଗ୍ରାମ ଓ ବୋରିଆ ସାହି ଗ୍ରାମର କିଛି ଲୋକ ଆଜି ପୂର୍ବାହ୍ନରେ ବଣଭୋଜି ପାଇଁ ୩ଟି ଡଙ୍ଗାରେ କାଳିଜାଈ ପୀଠକୁ ଯାଇଥିଲେ। ବଣଭୋଜି ସାରି ସେମାନେ ସନ୍ଧ୍ୟା ସମୟରେ ଘର ଅଭିମୁଖେ ଫେରୁଥିଲେ। କିନ୍ତୁ ୨ଟି ଡଙ୍ଗାରେ ସୁରକ୍ଷିତ ଭାବରେ କୂଳରେ ଲାଗିଯାଇଥିବା ବେଳେ ମଝିରେ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଯାହା ଫଳରେ ଏଥିରେ ୬ ଜଣ ଗୁରୁତର ହୋଇପଡିଥିଲେ ।

You might also like