ଗିରଫ ହେଲେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ: ଯାଜପୁର ଏସ୍ଡିଜେଏମ୍ଙ୍କ ସରକାରୀ ବାସଭବନରେ ହାଜର

ଯାଜପୁର ଟାଉନ : ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଗିରଫ । ଭବ ପ୍ରସାଦ ଦାସଙ୍କୁ ଗିରଫ କଲା ଯାଜପୁର ପୋଲିସ । ଗିରଫ ପରେ ଯାଜପୁର SDJMଙ୍କ ସରକାରୀ ବାସଭବନରେ ହାଜର କରାଯାଇଛି । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଅଭିଯୋଗରେ ହୋଇଥିଲା ଏତଲା । ଏନେଇ ଗତକାଲି ରାତିରେ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଟିମ ପୋଲିସ ଘରୁ ଉଠାଇ ନେଇଥିଲା ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ତାଙ୍କୁ ଅଟକ ରଖାଯାଇଛି । ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି ।
ସେହିପରି ପୋଲିସର ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି । ଭବଙ୍କ ନାମ ରେ ୩ଟି ଅଭିଯୋଗ ବ୍ୟବସାୟୀ କରୁଥିବା ବେଳେ ପୋଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇ କେସ ନଂ ୪୬୯, ୪୭୦, ୪୭୧ ଓ ୪୭୨ ରେ ମାମଲା ହୋଇଛି । ବିଳମ୍ବିତ ରାତ୍ରରେ ଭବ ଙ୍କୁ କଳିଙ୍ଗ ନଗର ଥାନାରେ ପୋଲିସ ଅଟକ ରଖି ପଚରାଉଚରା କରୁଥିଲ । ପରେ ଗିରଫ କରି ଯାଜପୁର ଏସଡ଼ିଜିଏମଙ୍କ ସରକାରୀ ବାସଭବନରେ ହାଜର କରିଥିଲା ପୋଲିସ । ଅନ୍ୟପଟେ ବେଲ ପାଇଁ ନିବେଦନ କରିଛନ୍ତି ପରିବାରବର୍ଗ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯାଜପୁର ସହରର ପ୍ରତ୍ୟେକ ଛକରେ ଵ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।