ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତ ଦେହ

ଦଶପଲ୍ଲା ଥାନା କୁଟିବାରି ଗାଁ ନିକଟ ଜଙ୍ଗଲରୁ ମିଳିଲା ଯୁବକର ମୃତ ଶରୀର । ଏକ ବର ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଦଶପଲ୍ଲା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିବା ବେଳେ ଗଛ ମୂଳରେ ଏକ ଟ୍ରଲି ବ୍ୟାଗ୍ ଥୁଆ ହୋଇଥିବା ଦେଖିଥିଲେ । ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବ୍ରାହ୍ମଣୀଗାଁର ଶୈଶବ ସାହୁଙ୍କ ପୁଅ ଗୋବିନ୍ଦ ସାହୁ । ଏହା ହତ୍ୟା କି ଆତ୍ମ ହତ୍ୟା ତାହା ସନ୍ଦେହ । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।