ବନ୍ଦ ଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତ ଯୁବତୀଙ୍କ ବାପା

କଣ୍ଟାବାଞ୍ଜୀ: ବନ୍ଦଘରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ନା ଜୀବନ ହାରିଛନ୍ତି କାରଣ ଅସ୍ପଷ୍ଟ ରହିଛି । କଣ୍ଟାବାଞ୍ଜୀ ମୁରିବାହାଲ ଥାନା ସେମେଲପାଲି ଗାଁରେ ଘଟିଛି ଘଟଣା । ଘଟଣାର ଖବର ପାଇ ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ ।
ସେମେଲପାଲି ଗାଁର ଅରବିନ୍ଦ ନାଗ ଏବଂ ସଂଯୁକ୍ତା ନାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟେ ସମ୍ପର୍କରେ ପିଉଶୀ ପୁତୁରା ହେବେ । ଗତକାଲିଠୁ ଝିଅ ନିଖୋଜ ଥିବା ନେଇ ମୁରୀବାହାଲ ଥାନାରେ ଅଭିଯୋଗ କରିଥିଲେ ବାପା । ଆଜି ସକାଳୁ ଏକ ଘର ଭିତରେ ପୁଅ ଝିଅଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଅଙ୍କ ବାପା ହତ୍ୟା କରି ଘରେ ପିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ବାପା । ମାଜିଷ୍ଟ୍ରେଟ୍ ଆସିଲେ ଘର ଭିତରୁ ମୃତଦେହ ବାହାର କରି ଅଧିକ ତଦନ୍ତ କରିବ ପୋଲିସ ।
ଆହୁରି ପଢ଼ନ୍ତୁ : ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ