ଗଛରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ଜୀବନ ହାରିଥିବା ସନ୍ଦେହ

ବେଗୁନିଆ: ଗଛରେ ଝୁଲିଛି ପ୍ରେମୀ ଯୁଗଳଙ୍କ ମୃତଦେହ । ହତ୍ୟା ନା ଜୀବନ ସନ୍ଦେହ । ବେଗୁନିଆ ବୋତଳମା ପଞ୍ଚାୟତ ଗୌଡ଼ପାଟଣା ତାରିଣୀ ମନ୍ଦିର ନିକଟ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତ ଯୁବକ ସୁନାଖଳାର ଅଜୟ ଏବଂ ଯୁବତୀ ଶାନ୍ତିଲତା ମାହାପାତ୍ର । ଅଜୟ ସୁନାଖଳାରେ ଏକ ଗ୍ୟାରେଜ କରିଥିବାବେଳେ ଶାନ୍ତିଲତା ବିୟୁଟି ପାର୍ଲର କରିଥିଲେ । ତେବେ ଦୁଇ ଜଣଙ୍କୁ କିଏ ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ସ୍କୁଟି ରଖାଯାଇଛି । ଜଙ୍କିଆ ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ : ହଜିଗଲା ମାନବିକତା, ଅଇଁଠା ଗ୍ଲାସ ଭିକାରୀଙ୍କ ଉପରକୁ ଫିଙ୍ଗିବା ଭିଡିଓ ଭାଇରାଲ