ଗଛରୁ ମହିଳା ଓ ନାବାଳିକାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବୌଦ୍ଧ : ମହୁଲ ଗଛ ଡାଳରେ ଦୁଇ ଭିନ୍ନ ପରିବାରର ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଉମା ଗ୍ରାମରେ ଏକ ଅଭାବନୀୟ ଘଟଣା । ଗୋଟିଏ ଗୋଟିଏ ଶାଢ଼ୀର ଉଭୟ ପାର୍ଶ୍ଵର ବେକରେ ବାନ୍ଧି ଝୁଲି ପଡିଛନ୍ତି l

ସୋମବାର ଅପରାହ୍ନ ୩ ଟା ସମୟରେ ଗ୍ରାମର ସଞ୍ଜିତ ରଣାଙ୍କ ସ୍ତ୍ରୀ ରଞ୍ଜିତା ରଣା(୨୮) ଓ ଭିକାରି ରାଉତଙ୍କ ଝିଅ ଟିକି ରାଉତ(୧୭) ଶୌଚ ହେବାକୁ ଯାଉଛୁ କହି ଘରୁ ବାହାରି ଆଉ ଫେରି ନଥିଲେ l ସନ୍ଧ୍ୟା ହେବାରୁ ଉଭୟ ପରିବାର ସଦସ୍ୟ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ କୌଣସି ପ୍ରକାର ସନ୍ଧାନ ପାଇ ନଥିଲେ l ମଙ୍ଗଳବାର ସକାଳୁ ପଡୋଶୀ ଖୁଣ୍ଟିଗୋରା ପଞ୍ଚାୟତର ପତିମାଳ ଗ୍ରାମ ନିକଟସ୍ଥ ଏକ ମହୁଲ ଗଛ ଡାଳରେ ବେକରେ ଶାଢ଼ୀ ବାନ୍ଧି ଝୁଲନ୍ତା ଅବସ୍ଥାରେ ଥିବା ଚାଷ ପାଇଁ ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ l ସଂଗେସଂଗେ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ଘଣ୍ଟାପଡା ଓ କଣ୍ଟାମାଳ ପୋଲିସ ଏବଂ ବୌଦ୍ଧରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହିତ ଶବ ଦ୍ବୟକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି l

ଏନେଇ ଘଣ୍ଟାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଲୋକେ ଏଭଳି ମତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆତ୍ମହତ୍ୟା ନୁହେଁ ପରକୀୟାପ୍ରିତୀ ଯୋଗୁଁ ହତ୍ୟା କରିଥିବା ଚର୍ଚ୍ଚା ଯୋର ଧରିଛି । ଏ ସଂପର୍କରେ ଘଣ୍ଟାପଡ଼ା ଏହି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରିଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ପାରିପାର୍ଶ୍ଵକୁ ଅନୁମାନ କଲେ ହତ୍ୟା ସନ୍ଦେହ ଅଧିକ ଦୃଢିଭୂତ ହେଉଛି । ତେଣୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ କରାଯିବା ନେଇ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.