ଯାଜପୁର: ନାଳରେ ଭାସୁଛି ନିଖୋଜ ନାବାଳକର ମୃତଦେହ

 ଯାଜପୁର (କେନ୍ଯୁଜ୍): ନାଳରେ ଭାସୁଛି ନାବାଳକର ମୃତଦେହ । ଯାଜପୁର କୋରେଇ ଥାନା ମୁକୁନ୍ଦପୁର ଗାଁ ନିକଟ ନାଳରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ଗାଁର ବାସୁଦେବ ଦାସଙ୍କ ୧୨ ବର୍ଷର ପୁଅ ତ୍ରିଲୋଚନ ଓରଫ୍‌ ବୁଲୁ । ଗତକାଲିଠୁ ସେ ନିଖୋଜ ଥିଲେ ।

ବହୁ ଖୋଜାଖୋଜି ପରେ ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଆଜି ସକାଳେ ନାଳରୁ ମୃତଦେହ ଦେଖିବାକୁ ମିଳିଥିଲା। ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଓ ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.