ନୀଳାଦ୍ରିବିହାର ଅଞ୍ଚଳରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ଘଟଣା: ନିଶା କାରବାରକୁ ବିରୋଧ କରିବାରୁ ହୋଇଛି ହତ୍ୟା!

ଭୁବନେଶ୍ବର(କେନ୍ୟୁଜ): ନିଶା ନେଉଛି ଜୀବନ। ରାଜଧାନୀରେ ବିଭିନ୍ନ ଅପରାଧ ପଛରେ ରହିଛି ନିଶା କାରବାର। ଗତକାଲି ନୀଳାଦ୍ରିବିହାର ଅଞ୍ଚଳରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ୪ ଦିନ ପରେ ନୀଳାଦ୍ରିବିହାରର ଏକ ଡ୍ରେନରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା । ଗତ ୧୩ ତାରିଖରୁ ନାବାଳକ ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ମୃତ ନାବାଳକର ନାମ ଦୈତ୍ୟ ରାଜ ନାୟକ ।

ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତି ବାସିନ୍ଦା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ନିଶା କାରବାରକୁ ବିରୋଧ କରିଥିବାରୁ ହତ୍ୟା କରାଯାଇଥିବା କୁହାଯାଉଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ନିଶା କାରବାରକୁ କେନ୍ଦ୍ର କରି ରାଜଧାନୀରେ ବହୁ ହତ୍ୟା ଘଟଣା ଘଟିଛି।

Leave A Reply

Your email address will not be published.