ଯୋବ୍ରା ଆନିକଟ ନିକଟରୁ କଟକ ଖ୍ରୀଷ୍ଟ କଲେଜର ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ଯୁଜ୍) : କଟକ ଖ୍ରୀଷ୍ଟ କଲେଜର ନିଖୋଜ ଛାତ୍ରଙ୍କ ଶବ ଉଦ୍ଧାର । ଯୋବ୍ରା ଆନିକଟ ନିକଟରୁ ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ର ଜଣଙ୍କ ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ଗତକାଲି ମଧୁ ସେତୁ ନିକଟରୁ ତାଙ୍କ ବାଇକ୍ ମିଳିଥିଲା । ସେ ଖ୍ରୀଷ୍ଟ କଲେଜର ଯୁକ୍ତ ୨ ବାଣିଜ୍ଯ ଛାତ୍ର ବୋଲି ଜଣାପଡିଛି।

ସୂଚନା ମୁତାବକ, ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଅଭିଯୋଗ ଆସିଥିଲା । ଏନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ତେବେ ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିବା କୁହାଯାଉଛି। ଏଯାଏଁ ସମ୍ପୂର୍ଣ୍ଣ ସତ୍ଯାସତ୍ଯ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.