ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ, ଚନ୍ଦ୍ରଭାଗା ନିକଟରୁ ଉଦ୍ଧାର କଲା ପୋଲିସ୍

ପୁରୀ(କେନ୍ୟୁଜ୍): ଶନିବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ଗତକାଲି ଚନ୍ଦ୍ରଭାଗା ନିକଟରୁ ମୃତଦେହ ମିଳିଲା । ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ମୃତଦେହ ଜବତ କରିଥିବା ଜଣାପଡିଛି ।

ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟ ସମୁଦ୍ରକୂଳରୁ ବାଲେଶ୍ୱର ସଚିନ ଗାଁର ବଂଶୀଧର ବେହେରାଙ୍କ ମୃତଦେହ ମିଳିଛି । ଶନିବାର ସକାଳେ ବଂଶୀଧର ନିଜ ଛୋଟ ପୁଅ ସହ ସ୍ୱର୍ଗଦ୍ୱାର ସମ୍ମୁଖରେ ଗାଧୋଇବା ବେଳେ ଭାସିଯାଇଥିଲେ । ଏନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave A Reply

Your email address will not be published.