ରେଳଧାରଣା କଡ଼ରେ ଯୁବକର ମୃତଦେହ, ୧୮ ଘଣ୍ଟା ପରେ ଉଦ୍ଧାର କଲା GRP

ବାଲୁଗାଁ: ୧୮ଘଣ୍ଟାପରେ ରେଳଧାରଣା କଡ଼ରୁ ଯୁବକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ରେଳଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳଷ୍ଟେସନ ଉତ୍ତରରେ ଥିବା ଧୂଆଁଳ ରେଳଫାଟକ ନିକଟରେ ଘଟିଛି ଦୁର୍ଘଟଣା ।  ଖବର ପାଇ ନିରାକାରପୁର GRP ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଅଞ୍ଚଳର ତାରକ ସିଂହ(୪୧) ।  ସେ ଚଳନ୍ତା ଟ୍ରେନରୁ ଖସିଯିବା ଫଳରେ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।