ରାଜଧାନୀରେ ପୁଣି ଚାଞ୍ଚଲ୍ୟ: ନୟାପଲ୍ଲୀ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ନୟାପଲ୍ଲୀ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହକୁ ଉଦ୍ଧାର କରିଛି ପିସିଆର। ରାସ୍ତା କଡରେ ଥିବା ଭଙ୍ଗା ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ PCR ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି। ଯୁବକ ଜଣକ ଗତକାଲି ରାତିରୁ ଘରୁ ବାହାରି ନିଖୋଜ ଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.