ଲକ୍ଷ୍ମୀସାଗର ଗାଁ ମାଳୀହତା ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ବର(କେନ୍ଯୁଜ୍): ଲକ୍ଷ୍ମୀସାଗର ଗାଁ ମାଳୀହତା ପୋଖରୀରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ। ଗତକାଲି ପ୍ରାୟ ସନ୍ଧ୍ୟା ୮ଟା ବେଳେ ଗାଁ ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପୋଖରୀରୁ କାଢି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି।

ତେବେ ଉଦ୍ଧାର ହୋଇଥିବା ମୃତଦେହ କାହାର ଜଣାପଡିନଥିବାବେଳେ, ମୃତ ଯୁବକଙ୍କର ପରିଚୟ ଖୋଜୁଛି ପୋଲିସ୍। ତେବେ ଉଦ୍ଧାର ହେବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବା ସହ ବେକରେ କ୍ଷତ ଚିହ୍ନ ରହିଛି। ତେଣୁ ତାଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.