ବିଜେପି ନେତାଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା

ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଯ୍ୟୟ ଆତ୍ମହତ୍ୟା କରିଥିବା ଆପାର୍ଟମେଣ୍ଟରେ ପୋଲିସ । ପରିବାର ଲୋକ ପହଞ୍ଚିବା ପରେ ଘର ଖୋଲିଛି ପୋଲିସ୍‌ । ଡ୍ରାଇଭରଙ୍କ ଭାଇ, ଭିଣୋଇ ଏବଂ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଘର ଖୋଲାଯାଇଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ୍‌ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢ଼ିବ ।

ଗତକାଲି ଡ୍ରାଇଭର ତାଙ୍କ ଭାଇଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିବା ବେଳେ କଣ ପାଇଁ ସେ ଏପରି ନିଷ୍ପତି ନେଲେ ତାହା ସେ ଜାଣିନଥିବା କହିଛନ୍ତି । ଦୀର୍ଘ ୯ବର୍ଷ ଧରି ପ୍ରଦୀପଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗତ ରାତିରେ ଡ୍ରାଇଭଙ୍କ ସହ କଥା ହୋଇଥିଲି ।

ମୁଁ ଦିଲ୍ଲୀରୁ ଫେରିବା ପରେ ମୋତେ ସକାଳୁ ଏୟାରପୋର୍ଟରୁ ନେବାପାଇଁ ଆସିବା କଥା କିନ୍ତୁ ସେ ଫୋନ୍‌ ରିସିଭ କଲେନି । ମୁଁ ଅନ୍ୟ ଏକ ଗାଡ଼ିରେ ଆସି ପହଞ୍ଚିବା ପରେ କବାଟ ବାଡେଇଥିଲି ସେ କବାଟ ନ ଖୋଲିବାରୁ ପୋଲିସ୍‌କୁ ଜଣାଇଥିଲି । ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ତେବେ ପୋଲିସ୍‌ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

Leave A Reply

Your email address will not be published.