ଦନ୍ତାହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କରଞ୍ଜିଆ : ଦନ୍ତାହାତୀର ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । କରଞ୍ଜିଆ ବନଖଣ୍ଡର ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଶାଳଛୁଆ ନିକଟରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ପାଖାପାଖି ୧୦ ବର୍ଷ ଭିତରେ ଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ । ହାତୀ କେଉଁ କାରଣ ପାଇଁ ମୃତ୍ୟୁ ବରଣ କଲା ତାହାର କାରଣ ଖୋଜୁଛି ବନ ବିଭାଗ ।