ବାଲିଆପାଳର ସିନ୍ଦୁରକୋଇଲି ଗାଁର ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ସମ୍ପର୍କୀୟ ମାମୁଁ ଗିରଫ

ଜଳେଶ୍ବର: ନୟାଗଡ ଜି‌ଲ୍ଲାର ପରୀ,ଯାଜପୁରର ପିହୁ ପରେ ନିଖୋଜ ଥିଲା ବାଲିଆପାଳର ନାବାଳିକା। ଯାହାର ମୃତଦେହ ପୋଖରୀରୁ ଉଦ୍ଧାର କଲା ପୋଲିସ । ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ମାରିଦେଇଥିଲା ମାମୁଁ। ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ସମ୍ପର୍କୀୟ ମାମୁଁକୁ ଗିରଫ କରାଯାଇଛି।

ବାଲେଶ୍ୱର ବାଲିଆପାଳ ସିନ୍ଦୁରକୋଇଲି ଗାଁର ୭ ବର୍ଷର ନାବାଳିକା ଗତ ୩ଦିନ ଧରି ନିଖୋଜ ଥିଲା । ସଂପୃକ୍ତ ନାବାଳିକା ତାର ମାମୁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଶୁକ୍ରବାର ଦିନ ତାର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ କୁଆଡେ ନିଖୋଜ ହୋଇଯାଇଥିଲା । ଏନେଇ ପରିବାର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି ।

ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିବା ବସ୍ତା ପୋଲିସ ସୂଚନା ଦେଇଛି। ବସ୍ତା SDPOଙ୍କ ସୂଚନା ଅନୁଯାୟୀ ,ସଂପୃକ୍ତ ଅଭିଯୁକ୍ତ ଓ ତାଙ୍କ ବାଉଜଙ୍କ ମଧ୍ୟର ଅନୈତିକ ସମ୍ପର୍କ ଦେଖିଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ପିଙ୍ଗି ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.