ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆଣ୍ଠୁ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ

ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍‌ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତ୍ୟୁ ର କାରଣ ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ।

ଟାଙ୍ଗୀ (କେନ୍ୟୁଜ): ରେଳ ଧାରଣା ପାର୍ଶ୍ୱରୁ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁଦେହ ଉଦ୍ଧାର। ଆଜି ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍‌ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।

ଖବରପାଇବା ପରେ ଘଟଣା ସ୍ଥଳରେ ଭିଡ଼ ଦେଖିବାକୁ ମିଳିଛି। ମୃତକ ନୀଳ ରଙ୍ଗର ଜିନ ପ୍ଯାଣ୍ଟ ଓ ଧଳା ରଙ୍ଗର ଚେକ ଶାର୍ଟ ପିନ୍ଧିଛନ୍ତି । ଏହି ବ୍ୟକ୍ତିଙ୍କର ମୃତ୍ୟୁ କେମିତି ଓ କାହିଁକି ହୋଇଛି। ତାହା ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କର ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରେଳବାଇ ପୋଲିସ ର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.