ଟିଟିଲାଗଡ଼: ଅପହୃତ ନାବାଳକର ମୃତଦେହ ଠାବ

ଟିଟିଲାଗଡ଼(କେନ୍ୟୁଜ୍): ଅପହୃତ ନାବାଳକର ମୃତଦେହ ଠାବ। ଟିଟିଲାଗଡ଼ ଥାନା ଶିକେର ଜଙ୍ଗଲ ନିକଟରେ ମୃତଦେହ ଠାବ ହୋଇଛି। ଗତ ଶନିବାର ଜଣେ ଯୁବକ ନାବାଳକକୁ ଅପହରଣ କରି ୧୦ ଲକ୍ଷ ମାଗିଥିଲା। ଟଙ୍କା ନ ମିଳିବାରୁ ନାବାଳକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପହରଣକାରୀ ଯୁବକ ସୁମିତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୁମିତ କଳାହାଣ୍ଡି ଜିଲ୍ଲା ରୁପ୍ରା ରୋଡର ବାସିନ୍ଦା ହୋଇଥିବାବେଳେ କେସିଙ୍ଗାରେ ଏକ ଭଡା ଘର ନେଇ ରହୁଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.