ଗୋପ : ବଳଙ୍ଗା ଭାର୍ଗବୀ ନଦୀର ବ୍ରିଜ ନିକଟରେ ଭାସୁଛି ଅଜଣା ଯୁବକଙ୍କ ଶବ । ହତ୍ୟା କି ଆତ୍ମ ହତ୍ୟା ସନ୍ଦେହ । ଶବ ଭାସୁଥିବା ବଳଙ୍ଗା ପୋଲିସକୁ ସୂଚନା ଦେଇଛନ୍ତି ସ୍ଥାନୀୟ ଲୋକ । ଘଟଣା ସ୍ଥଳରେ ବଳଙ୍ଗା ପୋଲିସର ଛାନ ଭିନ । ସେପଟେ ମ୍ତ ଯୁବକର ପରିଚୟ ମିଳିନାହିଁ । ସୂଚନା ମୁତାବକ ଆଜି କିଛି ଲୋକେ ବଳଙ୍ଗା ନିକଟରେ ଥିବା ଭାର୍ଗବୀ ନଦୀକୁ ଗାଧେଇବାକୁ ଗଲାବେଳେ ଏଭଳି ଚିତ୍ର ଦେଖିଥିଲେ । ଏକ ଶବ ବ୍ରିଜ ନିକଟରେ ଭାସୁଥିବାର ଦେଖିବା ପରେ ସଙ୍ଗେ ସଙ୍ଗେ ବଳଙ୍ଗା ପୋଲିସକୁ ଖବର ଦେଇଥିଲେ ।
ଖଵର ପାଇ ବଳଙ୍ଗା ପୋଲିସ ପହଞ୍ଚି ଅଗ୍ନିଶମ ବାହନୀକୁ ଖଵର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିବାକୁ ଲାଗିପଡ଼ିଥିଲେ । ଯଦିଓ ଶବଟିର ଏପର୍ଯ୍ୟନ୍ତ କୌଣସି ପରିଚୟ ମିଳିନାହିଁ । ଉକ୍ତ ଶବ କେଉଁ ଆଡୁ ଆସିଲା ହତ୍ୟା ନାଁ ଆତ୍ମହତ୍ୟା କାରଣ ଏବେବି ଅସ୍ପଷ୍ଟ ଅଛି । ଶବ ବ୍ୟବଛ୍ଛେଦ ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।
Also read :ଆମ ବସ୍ ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ